ଦୁନିଆର କ୍ଷୁଦ୍ର ରୋବଟ୍‌

0

ହାର୍ଭାର୍ଡ ୟୁନିଭର୍ସିଟି ଓ ରୋଲ୍ସ ରାୟନ୍ସର ଇଞ୍ଜିନିୟର ଏପରି ଏକ ରୋବଟ୍‌ ପ୍ରସ୍ତୁତ କରିଛନ୍ତି, ଯାହା କାନ୍ଥରେ ଝିଟିପିଟି ପରି ଲାଗି ରହିପାରିବ । ଏହି ରୋବଟ୍‌ର ଓଜନ ମାତ୍ର ୧.୪୮ ଗ୍ରାମ୍‌ ଓ ଲମ୍ବ ୪.୫ ସେଣ୍ଟିମିଟର । ଏହାକୁ ଏଚ୍‌ଏଏମ୍‌ଆର୍‌-ଇ ଅର୍ଥାତ୍‌ (ହାର୍ଭାର୍ଡ ଏମ୍ବୁଲେଟରୀ ମାଇକ୍ରୋ ରୋବଟ୍‌ ୱିଥ୍‌ ଇଲେକେଫ୍ରାଏଡ୍‌ହେସନ୍‌) କୁହାଯାଉଛି । ଏହାର ଗୋଡରେ ଇଲେକେଫ୍ରା-ଏଡ୍‌ହେସିୱ ରହିଛି, ଯାହାକୁ କାନ୍ଥ କିମ୍ବା ଯେକୌଣସି ସ୍ଥାନରେ ଲଗାଇ ରଖାଯାଇପାରିବ । ଏହି ରୋବଟ୍‌ ବିଶେଷତଃ କାମରେ ବ୍ୟବହାର କରିବା ପାଇଁ ତିଆରି କରାଯାଇଛି । ରୋବଟ୍‌ଟି ଉପର ତଳ ହୋଇପାରେ । ଏହାକୁ ପ୍ଲେନ୍‌ ଅବା ଜେଟ୍‌କୁ ସଫା କରିବା ନିମନ୍ତେ ବ୍ୟବହାର କରାଯିବ । ଏହାକୁ ଚଳାଇ ପାଇଁ ବିଦୁ୍ୟତ୍‌ର ଆବଶ୍ୟକ ହୋଇଥାଏ କେବଳ ସେତିକି ନୁହେଁ ଅଧିକ ଭୋଲ୍‌ଟେଜ୍‌ ଆବଶ୍ୟକ ହୋଇଥାଏ ନହେଲେ ରୋବଟ୍‌ଟି ତଳକୁ ଖସିପଡିବାର ଆଶଙ୍କା ରହିଥାଏ । ଏହି ମାଇକ୍ରୋ ରୋବଟ ପାଇଁ ଇଞ୍ଜିନିୟର ସ୍ୱତନ୍ତ୍ର ଧରଣର ଜଏଣ୍ଟସ୍‌ ପ୍ରସ୍ତୁତ କରିଛନ୍ତି । ଏହାକୁ ଫାଇବର ଗ୍ଲାସ୍‌ ଓ ପଲିମରରେ ପ୍ରସ୍ତୁତ କରାଯାଇଛି । ଫଳରେ ରୋବଟଟି ତା ଗୋଡକୁ ବୁଲାଇ ଆରାମରେ କାମ କରିବାରେ ସକ୍ଷମ ହୋଇପାରିବ । ଏହାର ଜଏଣ୍ଟ ଥ୍ରୀ ଡାଇମେନ୍‌ସନ୍‌ ପର୍ଯ୍ୟନ୍ତ ବୁଲିପାରିବ । ଏଥିରେ ଭିନ୍ନ ଧରଣର ବ୍ୟାକିଂଗ୍‌ ପାଟର୍ଣ୍ଣ ମଧ୍ୟ ରହିଛି ଯାହା କାମ କରିବା ସମୟରେ ୧୦୦ରୁ ଅଧିକ ପାଦ ଚାଲି ମଧ୍ୟ ପାରିବ । ଏହି ମେସିନ୍‌ ସାହାଯ୍ୟରେ ବଡ ବଡ ପ୍ଲେନ୍‌ ଓ ଜେଟ୍‌ର ସଫେଇ କାର୍ଯ୍ୟ ହୋଇପାରିବ ।

Leave A Reply

Your email address will not be published.