ଦୁର୍ଘଟଣାରେ ଗଲା ଗୋଟିଏ ପରିବାରର ୧୦ ଜୀବନ

0

କଚ୍ଛ, ୩୧/୧୨: ଗୁଜୁରାଟ କଚ୍ଛ ଜିଲ୍ଲା ଉଚାଉ ନିକଟରେ ଏକ ଭୟାନକ ସଡ଼କ ଦୁର୍ଘଟଣାରେ ଗୋଟିଏ ପରିବାରର ୧୦ ଜଣଙ୍କ ପ୍ରାଣହାନୀ ଘଟିଛି । ଉକ୍ତ ପରିବାର ଏକ ଏସୟୁଭି କାରରେ ଯାଉଥିବା ବେଳେ କାରଟି ଦୁଇଟି ଟ୍ରକ୍‌ ମଝିରେ ପଶି ଚାପିହୋଇଯାଇଥିଲା । ଏହି କାର୍‌ରେ ୧୧ ଜଣ ଥିଲାବେଳେ ୧୦ ଜଣଙ୍କ ଶୋଚନୀୟ ମୃତୁ୍ୟ ହୋଇଥିଲା । ଏମାନେ ସମସ୍ତେ ନିଜ ଗୃହ ନଗର ଭୁଜକୁ ଯାଉଥିଲେ । ଏହି ଭୟଙ୍କର ଦୁର୍ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଥିବା ବେଳେ ମୁଖ୍ୟମନ୍ତ୍ରୀ ବିଜୟ ରୂପାନୀ ପୀଡିତ ପରିବାରକୁ ସମସ୍ତ ସହାୟତା ଯୋଗାଇ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ।

Leave A Reply

Your email address will not be published.