ଦୁର୍ଘଟଣାରେ ଗଲା ୮ ଜୀବନ

0

ମଧ୍ୟପ୍ରଦେଶ, ୨୨/୧୧ : ମଧ୍ୟପ୍ରଦେଶର ସନତା ଜିଲ୍ଲାର ବୀରସିଂହପୁର ନିକଟରେ ଗୁରୁବାର ଏକ ମର୍ମ;ୁଦ ସଡକ ଦୁର୍ଘଟଣା ଘଟିଛି । ଏକ ସ୍କୁଲ ଭ୍ୟାନ ଓ ବସ୍‌ ମୁହାଁମୁହିଁ ଧMା ହେବା ଫଳରେ ସ୍କୁଲ ଭ୍ୟାନର ଡ୍ରାଇଭର ସମେତ ୭ ଜଣ ପିଲାଙ୍କର ମୃତ୍ୟୁ ହୋଇଥିବା ସୁଚନା ମିଳିଛି । ରାଜୁ କୋଚ ନାମକ ଏକ ବସ୍‌ ତୀବ୍ର ଗତିରେ ଯାଉଥିଲା । ବୀରସିଂହପୁର ନିକଟରେ ହଠାତ ଏହାର ଡ୍ରାଇଭର ସ;ୁଳନ ହରାଇ ସାମ୍ନା ପଟୁ ଆସୁଥିବା ସ୍କୁଲ ଭ୍ୟାନକୁ ଧMା ଦେଇଥିଲା । ଫଳରେ ସ୍କୁଲ ଭ୍ୟାନଟି ରାସ୍ତାରୁ ଦୂରକୁ ଯାଇ ଛିଟିକି ପଡିଥିଲା । ଏହି ଦୁର୍ଘଟଣାରେ ୭ ଜଣ ସ୍କୁଲ ଛାତ୍ରୀଙ୍କ ସମେତ ଡ୍ରାଇଭରର ଘଟଣାସ୍ଥଳରେ ହିଁ ମୃତୁ୍ୟ ଘଟିଥିଲା । ଅନ୍ୟପକ୍ଷରେ ଆଉ କେତେକ ଛାତ୍ରଛାତ୍ରୀ ଆହାତ ହୋଇଥିବା ସୁଚନା ମିଳିଛି । ମୃତକଙ୍କ ଶବକୁ ବ୍ୟବଚ୍ଛାଦ ପାଇଁ ପଠାଯିବା ସହ ଆହାତଙ୍କୁ ଡାକ୍ତରଖାନାରେ ଭର୍ତ୍ତୀ କରାଯାଇଥିବା ସୁଚନା ମିଳିଛି । ପୋଲିସ ସୂତ୍ରରୁ ମିଳିଥିବା ସୁଚନା ଅନୁଯାୟୀ, ଘଟଣାଟି ସକାଳ ପ୍ରାୟ ୧୦.୩୦ ମିନିଟ ସମୟରେ ଘଟିଥିଲା । ସ୍କୁଲ ଭ୍ୟାନଟି ବୀରସିଂହପୁରର ଲକି କନଭେଣ୍ଟ ସ୍କୁଲର ଥିଲା ।

Leave A Reply

Your email address will not be published.