ଦେଶର ସମସ୍ତ ଅର୍ଦ୍ଧସୈନିକ ବଳଙ୍କ କାର୍ଯ୍ୟ ସମୀକ୍ଷା କରିବେ ସ୍ଵରାଷ୍ଟ୍ର ମନ୍ତ୍ରୀ

0

ନୂଆଦିଲ୍ଲୀ,୧୭।୭: ଦେଶର ସମସ୍ତ ଅର୍ଦ୍ଧସୈନିକ ବଳଙ୍କ କାର୍ଯ୍ୟ ଏଣିକି ସ୍ଵରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ସମୀକ୍ଷା କରିବେ। ଏହା ଅନ୍ତର୍ଗତ ଆଇଟିବିପି, ବିଏସ୍‌ଏଫ୍‌, ଏସ୍‌ଏସ୍‌ବି, ଏନ୍‌ଏସ୍‌ଜି ଏବଂ ସିଆରପିଏଫ୍‌ ଆଦିଙ୍କ କାର୍ଯ୍ୟ ତଦାରଖ କରାଯିବ। ଏହାର ଆରମ୍ଭ ଜୁଲାଇ ୨୯ରେ ସିଆରପିଏଫ୍‌ ମୁଖ୍ୟାଳୟରେ ହେବାକୁ ଥିବା ବୈଠକରେ ହେବ। ବୈଠକରେ ଶାହ ଉଚ୍ଚ ଅଧିକାରୀଙ୍କ ସହିତ ଜମ୍ମୁ-କଶ୍ମୀର ସ୍ଥିତି ସହିତ ଆଭ୍ୟନ୍ତରୀଣ ସୁରକ୍ଷା ସମ୍ପର୍କରେ ଆଲୋଚନା କରିବେ। ପରେ ଅନ୍ୟ ସୁରକ୍ଷାବଳଙ୍କ କାର୍ଯ୍ୟର ସମୀକ୍ଷା କରାଯିବ ବୋଲି କୁହାଯାଉଛି।

Leave A Reply

Your email address will not be published.