ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ : ଅପରାହ୍ନ ୫ଟା ସୁଦ୍ଧା ୬୪% ମତଦାନ

0

ଭୁବନେଶ୍ୱର ,୧୮/୪: ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜି ରାଜ୍ୟରେ ଭୋଟ୍ ଗ୍ରହଣ ଚାଲିଛି। ୫ଟି ଲୋକସଭା ଆସନ (ବରଗଡ଼, ବଲାଙ୍ଗିର, ସୁନ୍ଦରଗଡ଼, କନ୍ଧମାଳ ଓ ଆସିକା) ଓ ଏହା ଅନ୍ତର୍ଗତ ୩୫ଟି ବିଧାନସଭା ଆସନ ପାଇଁ ଭୋଟ୍ ଚାଲିଥିବା ବେଳେ ଅପରାହ୍ଣ ୫ଟା ସୁଦ୍ଧା ୬୪% ମତଦାନ ହୋଇଥିବା ନେଇ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ (ସିଇଓ) ସୁରେନ୍ଦ୍ର କୁମାର କହିଛନ୍ତି।

ସେ କହିଛନ୍ତି, ନିର୍ଦ୍ଧାରିତ ସମୟରେ ଧାଡ଼ିରେ ଛିଡ଼ା ହୋଇଥିବା ଲୋକେ ଭୋଟ୍ ଦେଉଛନ୍ତି। ଭୋଟ୍‌ ପ୍ରତିଶତ ଆହୁରି ବଢ଼ିବ। ଅପରାହ୍ଣ ୩ଟା ସୁଦ୍ଧା ୫୩ ପ୍ରତିଶତ ଭୋଟର ସେମାନଙ୍କ ମତ ସାବ୍ୟସ୍ତ କରିଥିଲେ।

ମନୁଷ୍ୟକୃତ ତ୍ରୁଟି ଯୋଗୁ ଆଜି ସୁନ୍ଦରଗଡ଼ ବିଧାନସଭା ନିର୍ବାଚନ ମଣ୍ଡଳୀର ୨୧୩ ନମ୍ବର ବୁଥ୍, ବଣାଇର ୧୨୯ ନମ୍ବର ବୁଥ୍, ଦଶପଲ୍ଲା ବିଧାନସଭା ନିର୍ବାଚନ ମଣ୍ଡଳୀର ୨୧୦ ଓ ୨୨୨ ନମ୍ବର ବୁଥ୍‌ରେ ଭୋଟ୍ ଗ୍ରହଣ ହୋଇପାରି ନାହିଁ। ଏହି ବୁଥ୍‌ଗୁଡ଼ିକରେ ସାନି ମତଦାନ ପାଇଁ ସୁପାରିସ୍ କରାଯିବ ବୋଲି ସିଇଓ କହିଛନ୍ତି।

Leave A Reply

Your email address will not be published.