ଧଉଳୀ ଏକ୍ସପ୍ରେସ୍‌ ଲାଇନଚ୍ୟୁତ : ଯାତ୍ରୀ ସୁରକ୍ଷିତ

0

ଭୁବନେଶ୍ୱର, ୧୩/୧୧: ଆଜି ସକାଳେ ଧଉଳି ଏକ୍ସପ୍ରେସ ହାଓଡାରୁ ପୁରୀ ଆସୁଥିବାବେଳେ ଲାଇନଚ୍ୟୁତ ହୋଇଛି । ଭୋଗପୁର – ପାଂସକୁରା ମଧ୍ୟରେ ଏହି ଏକ୍ସପ୍ରେସର ଗୋଟିଏ ବଗି ଟ୍ରାକରୁ ବାହାରି ଯାଇଥିଲା ।
ଏହି ବଗିରେ ୮୫ ଜଣ ଯାତ୍ରୀ ଥିବାବେଳେ ସମସ୍ତ ଯାତ୍ରୀ ସୁରକ୍ଷିତ ଅଛନ୍ତି । ଅଘଟଣ ଘଟିଥିବା ବଗିରେ କେହି ମୃତାହତ ହୋଇ ନ ଥିବା ସୂଚନା ମିଳିଛି । ଯାତ୍ରୀଙ୍କ ପାଇଁ ରେଳବାଇ ବିଭାଗ ପକ୍ଷରୁ ହେଲପ୍‌ ଲାଇନ୍‌ ନମ୍ବର ଜାରି କରାଯାଇଛି । ବାଲେଶ୍ୱର, ଖଡ଼ଗପୁର ଓ ହାୱଡ଼ା ଷ୍ଟେସନ ପାଇଁ ହେଲପ୍‌ ନମ୍ବର ଜାରି ହୋଇଛି । ବାଲେଶ୍ୱର (୦୬୭୮୨୨୬୫୭୬୭), ଖଡ଼ଗପୁର (୦୩୨୨୨୫୫୮୯୭ ଓ ୦୩୨୨୨୨୫୫୭୫୧) ଓ ହାୱଡ଼ା (୦୩୩୨୬୩୭୭୧୯୭) I

Leave A Reply

Your email address will not be published.