କାବୁଲ, ୨୧/୧୧: ଆଫଗାନିସ୍ତାନର ରାଜଧାନୀ କାବୁଲଠାରେ ମଙ୍ଗଳବାର ଏକ ଆତ୍ମଘାତି ବିସ୍ପୋରଣରେ ୫୦ ଜଣଙ୍କ ମୃତୁ୍ୟ ହୋଇଥିବା ବେଳେ ୮୩ ଜଣ ଆହାତ ହୋଇଛନ୍ତି । ସେଥି ମଧ୍ୟରୁ ୨୦ ଜଣଙ୍କ ଅବସ୍ଥା ଗୁରୁତର ଥିବା ସୁଚନା ମିଳିଛି । ତେବେ ବହୁ ସଂଖ୍ୟାରେ ଏକତ୍ର ଥିବା ମୌଲବୀ ମାନଙ୍କୁ ଟାର୍ଗେଟ କରି ଦୁବୃର୍ତ୍ତମାନେ ଏହି କାଣ୍ଡ ଘଟାଇଥିବା କୁହାଯାଉଛି । କାବୁଲ ପୋଲିସର ମୁଖ୍ୟ ପ୍ରବକ୍ତା ବଶୀର ମୂଜାହିଦ କହିଛନ୍ତି କି, ପୈଙ୍ଗବର ମହମ୍ମଦଙ୍କ ଜନ୍ମଦିନ ପାଳିବା ପାଇଁ ଏକତ୍ର ହୋଇଥିବା ଧାର୍ମିକ ପଣ୍ଡିତମାନେ ଦୁର୍ଭାଗ୍ୟବଶତଃ ଏହି ଆକ୍ରମଣର ଶିକାର ହୋଇଛନ୍ତି । ଆଫଗାନିସ୍ତାନର ରାଷ୍ଟ୍ରପତି ଅଶରଫ ଗନୀ ଏହି ଆକ୍ରମଣକୁ ତୀବ୍ର ନିନ୍ଦା କରିଛନ୍ତି । ସେହିପରି ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମରାନ ଖାନ ଏହି ଆକ୍ରମଣକୁ ତୀବ୍ର ନିନ୍ଦା କରିବା ସହ ପୀଡିତଙ୍କ ପ୍ରତି ସମ୍ବେଦନା ଜଣାଇଛନ୍ତି ।