ପୁରୀ, ୨୯/୧: ଆନନ୍ଦ ବଜାରରେ ଖୁବ ଶୀଘ୍ର ନିର୍ଦ୍ଧାରିତ ଦରରେ ଭକ୍ତମାନେ ଅବଢ଼ା ପାଇପାରିବେ । ଏଥିପାଇଁ ମହାପ୍ରସାଦ ଦର ତାଲିକା ଚୂଡ଼ାନ୍ତ ହୋଇସାରିଛି । ଆଜି ବସିଥିବା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଓ ସୁଆର ମହାସୁଆର ନିଯୋଗରେ ଆଲୋଚନା କରାଯାଇଛି । ଏହାକୁ ପରିଚାଳନା କମିଟି ଅନୁମୋଦନ କରିବା ପରେ ବିଦ୍ଧିବଧଭାବେ ଘୋଷଣା କରାଯିବ ବୋଲି ସୂଚନା ମିଳିଛି । ଆନନ୍ଦ ବଜାରରେ ମହାପ୍ରସାଦ ବିକ୍ରି ପାଇଁ ସେଡ୍ ବ୍ୟବସ୍ଥା କରାଯିବ । ତେବେ ଦିବ୍ୟାଙ୍ଗମାନଙ୍କ ପାଇଁ ଆନନ୍ଦ ବଜାରରେ ଥିବା ରାମ୍ପ୍ ବ୍ୟବସ୍ଥାକୁ ହଟାଇବାକୁ ନିଯୋଗ ସଦସ୍ୟମାନେ ଦାବି କରିଛନ୍ତି ।
ଶ୍ରୀମନ୍ଦିର ଆନନ୍ଦ ବଜାରରେ ସଂସ୍କାର ନେଇ ମନ୍ଦିର ପ୍ରଶାସକ ଓ ନିଯୋଗ ମଧ୍ୟରେ ଆଲୋଚନା କରାଯାଇଛି । ବିଶେଷ କରି ମହାପ୍ରସାଦ ଦର ତାଲିକା ଉପରେ ନିଷ୍ପତ୍ତି ନିଆଯାଇଛି । ଶ୍ରୀମନ୍ଦିର ମୁଖ୍ୟପ୍ରଶାସକ ଓ ନିଯୋଗ ମଧ୍ୟରେ ଆଲୋଚନା ପରେ ମହାପ୍ରସାଦ ଦର ତାଲିକା ଚୂଡ଼ାନ୍ତ ହୋଇଛି । ତେବେ ଆନନ୍ଦ ବଜାରରେ ମହାପ୍ରସାଦ ବିକ୍ରି ପାଇଁ ସେଡ୍ ବ୍ୟବସ୍ଥା ପାଇଁ ପ୍ରସ୍ତାବ ରଖାଯାଇଛି । ଉନ୍ନୟନ ପ୍ରଶାସକ, ବୈଷୟିକ ଦଳ ଓ ନିଯୋଗ ସଦସ୍ୟ ଏ ନେଇ ଅନୁଧ୍ୟାନ କରୁଥିବା ସୁଆର ମହାସୁଆର ନିଯୋଗ ସମ୍ପାଦକ କୃଷ୍ଣଚନ୍ଦ୍ର ସାମନ୍ତରା ସୂଚନା ଦେଇଛନ୍ତି ।