ନଦୀରେ ଗାଧୋଇବା ବେଳେ କୁମ୍ଭୀର ଟାଣିନେଲା

0

ଆଳି.୧୭/୭: କେନ୍ଦ୍ରାପଡା ଜିଲ୍ଲା ଆଳି ସାହୁପଡା ଗାଁର ସୁବାସ ବରାଳ ବିଲରେ କାମ ସାରି ନଦୀକୁ ଗାଧୋଇବା ପାଇଁ ଯାଇଥିଲେ। ପାଣିରେ ପଶୁ ପଶୁ କୁମ୍ଭୀର ତାଙ୍କୁ ଟାଣି ନେଇଥିଲା। ସୁବାଷଙ୍କ ଚିତ୍କାର ଶୁଣି ସ୍ଥାନୀୟ ଲୋକେ ଡଙ୍ଗା ସାହାଯ୍ୟରେ ନଦୀରେ ତାଙ୍କୁ ଖୋଜିଥିଲେ ମଧ୍ୟ ତାଙ୍କର ପତ୍ତା ମିଳିନଥିଲା। ଆଜି ତାଙ୍କର କ୍ଷତାକ୍ତ ମୃତଦେହ ରାଜନଗର ବେଲପାଳ ଗାଁ ନିକଟସ୍ଥ ନଦୀ ପଠାରୁ ସ୍ଥାନୀୟ ଲୋକେ ଉଦ୍ଧାର କରିଛନ୍ତି।

ମୃତ ସୁବାସଙ୍କ ପରିବାର ଲୋକଙ୍କୁ ଖୁବ୍‌ଶୀଘ୍ର କ୍ଷତିପୂରଣ ଯୋଗାଇ ଦେବାକୁ ସାହୁପଡା ଗାଁ ଲୋକେ ଦାବି କରିଛନ୍ତି। ଏହି ଘଟଣା ପରେ ଆଳିର ନଦୀ ପାର୍ଶ୍ୱବର୍ତ୍ତୀ ଗାଁ ଲୋକଙ୍କ ଭିତରେ ଭୟର ବାତାବରଣ ଖେଳି ଯାଇଛି।

Leave A Reply

Your email address will not be published.