ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଛୁଆକୁ ମାରିଲା ଅଣ୍ଡିରା ଜଳହସ୍ତୀ

ବାରଙ୍ଗ,୧୯/୧: ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଗତ ୧୦ତାରିଖରେ ଜନ୍ମ ହୋଇଥିବା ଏକ ଜଳହସ୍ତୀ ଛୁଆକୁ ଶୁକ୍ରବାର ଏକ ଅଣ୍ଡିରା ଜଳହସ୍ତୀ ମାରିଦେଇଛି । ଏନ୍‌କ୍ଲୋଜର ଜଳାଶୟରେ ସକାଳେ ଛୁଆଟି ପାଣିରେ ଭାସୁଥିବା କର୍ମଚାରୀମାନେ ଦେଖିବାକୁ ପାଇଥିଲେ। ମୃତ ଛୁଆକୁ ପାଣିରୁ ଉଦ୍ଧାର କରାଯିବା ପରେ ତା’ ଶରୀରର ତିନୋଟି ସ୍ଥାନରେ କ୍ଷତ ଚିହ୍ନ ଥିବା ଦେଖିବାକୁ ମିଳିଥିଲା। ବ୍ୟବଚ୍ଛେଦ ପରେ ମୃତ ଛୁଆକୁ ଏନ୍‌କ୍ଲୋଜରରେ ପୋତିଦିଆଯାଇଛି। ଏହି ଜଳହସ୍ତୀ ଛୁଆର ମୃତ୍ୟୁ ପରେ ଏମାନଙ୍କ ସଂଖ୍ୟା ୧୩କୁ ହ୍ରାସ ପାଇଛି।