ଭୁବନେଶ୍ୱର,୨୩/୧୧: ବିଶ୍ୱକପ୍ ହକି ଉଦ୍ଘାଟନୀ ଉତ୍ସବ ପାଇଁ ଓଡିଶା ଆସିଥିବା ବଲିଉଡର ନାମୀ ସଙ୍ଗୀତ ନିର୍ଦ୍ଦେଶକ ଏ.ଆର୍. ରେହେମାନ ନବୀନ ନିବାସ ପହଞ୍ଚିଛନ୍ତି। ସେଠାରେ ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରିବା ସହ ତାଙ୍କ ସହ ସେଲ୍ଫି ମଧ୍ୟ ନେଉଛନ୍ତି। ରେହମାନ କହିଛନ୍ତି ଯେ, ଏତେ ବଡ଼ ନେତା ହୋଇ ସେ ମୋତେ ବନ୍ଧୁ ଭଳି ଆତିଥ୍ୟ ଦେଖାଇଛନ୍ତି। ହକି ବିଶ୍ୱକପ୍ ପାଇଁ ଭୁବନେଶ୍ୱରରେ ପ୍ରସ୍ତୁତି ମୋତେ ମୁଗ୍ଧ କରିଛି। ‘ଜୟ ହିନ୍ଦ ଇଣ୍ଡିଆ’ ସଙ୍ଗୀତ ଦେଶର ଏକତା ଓ ଉତ୍ସାହକୁ ପ୍ରୋତ୍ସାହନ ଦେବ ବୋଲି ରେହମାନ ପ୍ରକାଶ କରିଛନ୍ତି।