ନାଇସ୍‌ ଯୋଡ଼ି

0

ବି. ଟାଉନ୍‌ର ଚର୍ଚ୍ଚିତ ଯୋଡ଼ି ଟାଇଗର ଶ୍ରଫ ଓ ଦିଶା ପଟାନୀ ନିଜ ସିରିଏସ୍‌ ରିଲେସନ୍‌ସିପ୍‌କୁ ନେଇ ସବୁବେଳେ ଲାଇମ୍‌ ଲାଇଟ୍‌ରେ ରହି ଆସିଛନ୍ତି । କିଛିଦିନ ତଳେ ଦୁହିଁଙ୍କ ସମ୍ପର୍କ ଭାଙ୍ଗିଯିବାର ଗୁଜମ ମଧ୍ୟ ମୁଣ୍ଡ ଟେକିଥିଲା । କିନ୍ତୁ ଏ ସବୁର ଗୁଜବକୁ ଭୃକ୍ଷେପ ନ କରି ଏ ଦୁଇ ସେଲିବ୍‌ ଯୋଡ଼ି ଏବେ ପାଲଟି ଯାଇଛନ୍ତି ପ୍ରେମ ଚଢ଼େଇ । ତେବେ ନିକଟରେ ମୁମ୍ବାଇର ଏକ ହୋଟେଲ୍‌ରେ ଏ ଯୋଡ଼ି ଡିନର୍‌ କରୁଥିବାର ନଜର ଆସିଛନ୍ତି । ଆଗାମୀ ଦିନରେ ଏ ଦୁହିଁଙ୍କର ନୂଆ ଫିଲ୍ମ ରିଲିଜ୍‌ ଅପେକ୍ଷାରେ ରହିଛି । ଦିଶାଙ୍କ ଫିଲ୍ମ ‘ଭାରତ’ ଓ ଟାଇଗରଙ୍କ ଫିଲ୍ମ ‘ଷ୍ଟୁଡେଣ୍ଟ୍‌ ଅଫ୍‌ ଦ ଇଅର୍‌ ୨’ । ‘ଭାରତରେ’ ଦିଶା ସଲମାନ, କ୍ୟାଟ୍ରିନାଙ୍କ ସହ ସ୍କ୍ରିନ୍‌ ସେୟାର କରିଥିବାବେଳେ ‘ଷ୍ଟୁଡେଣ୍ଟ୍‌ ଅଫ୍‌ ଦ ଇଅର୍‌ ୨’ରେ ଟାଇଗର ଦେଖାଯିବେ ଦୁଇ ଜଶ ନବାଗତା ହିରୋଇନ୍‌ଙ୍କ ସହ । ରିଲେସନ୍‌ସିପ୍‌ ଛଡ଼ା ବର୍ତ୍ତମାନ ଦିଶାଙ୍କ ବ୍ରାଣ୍ଡଭାଲ୍ୟ ବଢ଼ିବାରେ ମଧ୍ୟ ଲାଗିଛି । ଏବେ ସେ ଏକାଧିକ ଇଣ୍ଟରନାସ୍‌ନାଲ୍‌ ବ୍ରାଣ୍ଡର ପ୍ରମୋସନ୍‌ରେ ଲାଗି ପଡ଼ିଛନ୍ତି । ଟାଇଗରଙ୍କ ଆଗାମୀ ଫିଲ୍ମ ‘ଷ୍ଟୁଡେଣ୍ଟ୍‌ ଅଫ୍‌ ଦ ଇଅର୍‌ ୨’ର ଟ୍ରିଜର ଏବେ ରିଳିଜ୍‌ ହୋଇଯାଇଛି ଯାହାକୁ ଦର୍ଶକ ବେଶ୍‌ ପସନ୍ଦ କରିଛନ୍ତି ଓ ରିଲିଜ୍‌ ହୋଇଥିବା ଗୀତକୁ ମଧ୍ୟ ସିନେପ୍ରେମୀ ଆଦର କରିଛନ୍ତି । ଏହା ଛଡ଼ା ଦିଶାଙ୍କ ପାଖରେ ଏବେ ନୂଆ ନୂଆ ଫିଲ୍ମର ଅଫର୍‌ର ଲମ୍ବା ଲାଇନ୍‌ ଅଛି ବୋଲି ଜଣା ପଡ଼ିଛି । ପୂର୍ବରୁ ଦିଶା ନିଜ ଫ୍ୟାଶନ୍‌ ପାଇଁ ଏକାଧିକଥର ସମାଲୋଚିତ ହୋଇଛନ୍ତି ।

Leave A Reply

Your email address will not be published.