ନାରୀ ନିର୍ଯ୍ୟାତନା ବିରୋଧରେ କାଲି ରାସ୍ତାକୁ ଓହ୍ଲାଇବ କଂଗ୍ରେସ

0

ଭୁବନେଶ୍ୱର,୨୩/୭: ରାଜ୍ୟରେ ଦିନକୁ ଦିନ ନାରୀ ପ୍ରତି ଅସମ୍ମାନ ହେବା ସହ ନିର୍ଯ୍ୟାତନା ବୃଦ୍ଧି ପାଇବାରେ ଲାଗିଛି । ନାରୀ ଆଜିର ଏ କଳଙ୍କିତ ସମାଜରେ ଅସୁରକ୍ଷିତ ହୋଇପଡ଼ିଛି । କେବେ ନାରୀ ନିର୍ଯ୍ୟାତନା ଖବର ଆସୁଛି ତ କେବେ ଦୁଷ୍କର୍ମର ଶିକାର ହେଉଛି ନାରୀ । ଏହାକୁ ପ୍ରତିବାଦ କରି କଂଗ୍ରେସ କାଲି ଆନ୍ଦୋଳନ କରିବ ।

ନାରୀ ନିର୍ଯ୍ୟାତନା ,ନାବାଳିକା ଦୁଷ୍କର୍ମକୁ ନେଇ ଆସନ୍ତାକାଲି ସକାଳ ୧୦ଟାରୁ ଦିନ ଗୋଟାଏ ପର୍ଯ୍ୟନ୍ତ କଂଗ୍ରେସ ବକ୍ଷୋଭ ପ୍ରଦର୍ଶନ କରିବ । ରାଜ୍ୟର ସମସ୍ତ ଜିଲ୍ଲା ସଦର ମହକୁମାରେ ବିକ୍ଷୋଭ ସହ ଆନ୍ଦୋଳନ କରିବାକୁ କଂଗ୍ରେସ ପକ୍ଷରୁ ନିଷ୍ପତି ନିଆଯାଇଛି । ଏନେଇ ଏକ ପ୍ରେସମିଟରେ ବିଧାୟକ ଦଳ ନେତା ନରସିଂହ ମିଶ୍ର ସୂଚନା ଦେଇଛନ୍ତି ।

ଅନ୍ୟପଟେ ଆଜି ବିଧାନସଭା ଗୃହରେ ରାଜ୍ୟରେ ବଢ଼ୁଥିବା ନାବାଳିକା ଦୁଷ୍କର୍ମ ଓ ନିଖୋଜ ଘଟଣାକୁ ନେଇ ଉଭୟ ବିରୋଧି ବିଜେପି ଓ କଂଗ୍ରେସ ହଙ୍ଗାମା କରିଥିଲେ । ନାରୀ ସୁରକ୍ଷା ପ୍ରସଙ୍ଗ ନେଇ ଗୃହରେ ବାରମ୍ବାର ହଟ୍ଟଗୋଳ ଲାଗି ରହିଥିବାରୁ ଗୃହକୁ ଆଜି ମୁଲତବୀ ଘୋଷଣା କରିବାକୁ ପଡ଼ିଛି ।

Leave A Reply

Your email address will not be published.