ନିଆରା ଢଙ୍ଗରେ ବାପା ଓ୍ବାର୍ଣ୍ଣରଙ୍କୁ ଚିୟର କଲେ କୁନି ଝିଅ

0

ହାଇଦ୍ରାବାଦ, ୧୮।୪: ଆଇପିଏଲରେ ସନରାଇଜର୍ସ ହାଇଦ୍ରାବାଦ ଓ ଚେନ୍ନାଇସୁପର କିଙ୍ଗ୍ସ ମଧ୍ୟରେ ବୁଧବାର ଖେଳାଯାଇଥିବା ୩୩ତମ ମ୍ୟାଚରେ ଏକ ନିଆରା ଦୃଶ୍ୟ ଦେଖିବାକୁ ମିଳିଥିଲା। ପ୍ରଥମେ ଫିଲ୍ଡିଂ କରୁଥିବା ହାଇଦ୍ରାବାଦ୍‌ ଟିମ୍‌ ପଡିଆକୁ ଆସିଥିଲା। ଦଳର ଖେଳାଳି ଡେଭିଡ୍‌ ଓ୍ବାର୍ଣ୍ଣର ମଧ୍ୟ ପଡିଆକୁ ଆସିଥିଲେ। ପିତାଙ୍କୁ ପଡିଆକୁ ଆସୁଥିବାର ଦେଖି ଷ୍ଟାଡିୟମରେ ବସି ମ୍ୟାଚ୍‌ ଦେଖୁଥିବା ଓ୍ବାର୍ଣ୍ଣରଙ୍କ ଝିଅ ଆଇପଡରେ Go Daddy.. ଲେଖି ଚିୟର୍‌ କରିଥିଲେ। ଉପସ୍ଥିତ ଦର୍ଶକ ଏବଂ ଖେଳାଳି ଏହା ଦେଖି ତାଳି ମାରିଥିଲେ। ଡେଭିଡ ମଧ୍ୟ ଝିଅର ଏଭଳି ଉତ୍ସାହ ଦେଖି ହସିଥିଲେ।

Leave A Reply

Your email address will not be published.