ଭୁବନେଶ୍ୱର,୨୭/୧: ‘ ନିଜେ ଯାହା କରି ନଥିଲି, ତାହା ପୁଅ କରି ଦେଖାଇ ଦେଲା’ ପୁଅ ଉଦ୍ଦେଶ୍ୟରେ ଏଭଳି କହିଛନ୍ତି ଖୋର୍ଦ୍ଧା ଅଠରାଙ୍ଗର ସହିଦ ଯବାନ ହେମନ୍ତ ପଣ୍ଡାଙ୍କ ବାପା ପବିତ୍ର ପଣ୍ଡା। ସମଗ୍ର ଦେଶ ସାଧାରଣତନ୍ତ୍ର ଦିବସ ପାଳନ କରୁଥିବାବେଳେ ସେ ଦେଶ ପାଇଁ ବଳିଦାନ ଦେଇଥିବାରୁ ମୁଁ ଗର୍ବିତ । ସହିଦ ହେମନ୍ତ ୪ ବର୍ଷ ହେବ ଲାନ୍ସ ନାୟକ ଭାବେ ଭାରତୀୟ ସେନାରେ କାର୍ଯ୍ୟରତ ଥିଲେ। ଗତକାଲି ବାରମୁଲାରେ ସେ ଆତଙ୍କବାଦୀଙ୍କ ଗୁଳିରେ ସହିଦ ହୋଇଥିଲେ।
ମାତ୍ର ୨୫ବର୍ଷ ବୟସର ପୁଅକୁ ହରାଇ ପବିତ୍ର କୋହ ସମ୍ଭାଳି ପାରୁନଥିଲେ ବି ପୁଅର କାମ ପାଇଁ ସେ ଗର୍ବିତ ବୋଲି କହିଛନ୍ତି। ବାପା ପବିତ୍ର ମଧ୍ୟ ସେନାରେ ଚାକିରି କରି ଅବସର ନେଇଛନ୍ତି। ଏପଟେ ହେମନ୍ତଙ୍କୁ ହରାଇ ତାଙ୍କ ପରିବାର ତଥା ପୂରା ଅଠରାଙ୍ଗ ଗାଁରେ ଖେଳିଯାଇଛି ଶୋକର ଛାୟା।
ପବିତ୍ର ମଧ୍ୟ ସେନାରେ ଚାକିରି କରି ଅବସର ନେଇଛନ୍ତି। ସହିଦ ହେମନ୍ତ ୪ ବର୍ଷ ହେବ ଲାନ୍ସ ନାୟକ ଭାବେ ଭାରତୀୟ ସେନାରେ କାର୍ଯ୍ୟରତ ଥିଲେ। ଗତକାଲି ବାରମୁଲାରେ ସେ ଆତଙ୍କବାଦୀଙ୍କ ଗୁଳିର ଶିକାର ହୋଇ ସହିଦ ହୋଇଥିଲେ।