ନୂଆଦିଲ୍ଲୀ,୨୩/୭ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ଅଫିସରେ ପ୍ରତିଦିନ ବଡ଼ ବଡ଼ ନେତାଙ୍କୁ ସାକ୍ଷାତ କରନ୍ତି। ମୋଦିଙ୍କୁ ଭେଟୁଥିବା ଭିଆଇପିଙ୍କ ମଧ୍ୟରେ ବିଦେଶର ପ୍ରତିନିଧିମାନେ ମଧ୍ୟ ରହିଥାଆନ୍ତି। ହେଲେ ମଙ୍ଗଳବାର ମୋଦିଙ୍କୁ ସାକ୍ଷାତ କରିବା ପାଇଁ ତାଙ୍କର ଜଣେ ଖାସ୍ ସାଙ୍ଗ ଆସିଥିଲେ।
ମୋଦି ସେହି ଖାସ୍ ସାଙ୍ଗ ସହ ଅଫିସରେ ଖେଳୁଥିବାର ଦୃଶ୍ୟ ଆଜି ସେ ନିଜେ ଇନ୍ଷ୍ଟାଗ୍ରାମରେ ପୋଷ୍ଟ କରିଛନ୍ତି। ଏହି ଫଟୋରେ ମୋଦି ଗୋଟିଏ ଛୋଟ ପିଲାକୁ ଧରିଥିବା ଦେଖିବାକୁ ମିଳିଛି। ମୋଦି ଛୋଟ ଛୁଆଟି ସହ ଖେଳୁଥିବାର ଫଟୋକୁ ଇନ୍ଷ୍ଟାଗ୍ରାମରେ ପୋଷ୍ଟ କରିବା ସହ ଏଥିରେ ଲେଖିଛନ୍ତି ଯେ “ଆଜି ମୋର ଜଣେ ଖାସ୍ ସାଙ୍ଗ ମୋତେ ଦେଖା କରିବାକୁ ସଂସଦକୁ ଆସିଥିଲା।” ମାତ୍ର ଏହି ଶିଶୁଟି କିଏ ଏହାର ସଂପୂର୍ଣ୍ଣ ସୂଚନା ମୋଦୀ ଦେଇ ନାହାନ୍ତି। ଏହି ଫଟୋକୁ ଏ ପର୍ଯ୍ୟନ୍ତ ସାତ ହଜାରରୁ ଅଧିକ ଲାଇକ ମିଳି ସାରିଛି।