ନିଜ ମୂର୍ତ୍ତି ସହ ସେଲ୍‌ଫି ନେଲେ ମିସେସ୍‌ କୋହଲି

0

ବଲିଉଡ଼ର ଖ୍ୟାତନାମ ଅଭିନେତ୍ରୀ ଅନୁଷ୍କା ଶର୍ମା ଖୁବ୍‌ଶୀଘ୍ର ଅଭିନେତା ଶାହାରୁଖ ଖାନ୍‌ଙ୍କ ଅପ୍‌କମିଂ ଫିଲ୍ମ ‘ଜିରୋ’ରେ ନଜର ଆସିବାକୁ ଯାଉଛନ୍ତି । ଏହା ପୂର୍ବରୁ ଅଭିନେତା ବରୁନଙ୍କ ଫିଲ୍ମ ‘ସୁଇଧାଗା’ରେ ନିଜ ଅଭିନୟର ଜଲ୍‌ୱା ମଧ୍ୟ ଦେଖାଇସାରିଛନ୍ତି ଯାହା ବକ୍ସଅଫିସ୍‌ରେ ଦର୍ଶକଙ୍କ ଦ୍ୱାରା ଖୁବ୍‌ ଆଦୃତ ହୋଇଥିଲା । ଏହା ମଧ୍ୟରେ ଅନୁଷ୍କାଙ୍କ ସୋମବାର ଦିନ ସିଙ୍ଗପୁର ଠାରେ ମହମ ପ୍ରତିମୂର୍ତ୍ତୀ ଉନ୍ମୋଚିନ ହୋଇଛି । ଏହି ଶୁଭ ଅବସରରେ ଅନୁଷ୍କା ସେଠାରେ ଉପସ୍ଥିତ ରହିଥିଲେ । ଖାସ୍‌ କଥା ହେଉଛି, ଅନୁଷ୍କା ତିଆରି ପ୍ରତିମୂର୍ତ୍ତୀ ଏତେ ନିଖୁଣ ରୂପେ ନିର୍ମାଣ କରାଯାଇଥିଲା କି ପ୍ରକୃତରେ ଅନୁଷ୍କା ଏବଂ ମୂର୍ତ୍ତୀ ମଧ୍ୟରେ ଫରକ୍‌ ଚିହ୍ନି ହେଉନଥିଲା । ଅଭିନେତ୍ରୀ ଅନୁଷ୍କା ନିଜର ମହମ ପ୍ରତିମୂର୍ତ୍ତୀ ସହ ସେଲ୍‌ଫି ମଧ୍ୟ ଉତ୍ତୋଳନ କରିଥିଲେ ଯାହାକୁ ସିଏ ପରବର୍ତ୍ତୀ ମୁହୂର୍ତ୍ତରେ ସୋସିଆଲ୍‌ ସାଇଟ୍‌ ସେୟାର୍‌ କରିଥିଲେ ।

Leave A Reply

Your email address will not be published.