ନିଦ ଆଣେ କ୍ଷୀର

0

ଅଧିକାଂଶ ଲୋକଙ୍କୁ ଏହା କହିବାର ଶୁଣାଯାଇଛି ଯେ, ସେମାନଙ୍କୁ ରାତିରେ ନିଦ ହେଉନାହିଁ । ଯଦି ବି ନିଦ ହେଉଛି, ତେବେ ଅଧା ରାତିରେ ଭାଙ୍ଗିଯାଉଛି । ଏହି ସମସ୍ୟାରୁ ମୁକ୍ତି ପାଇବା ପାଇଁ ଅନେକ ନିଦ ବଟିକା ରାତିରେ ଖାଇ ଶୋଇଥାନ୍ତି । ପ୍ରତିଦିନ ନିଦ ବଟିକା ଖାଇବା ଦ୍ୱାରା ପରବର୍ତ୍ତୀ ସମୟରେ ଏହା ଅନେକ ସମସ୍ୟା ସୃଷ୍ଟି କରିଥାଏ । ତେବେ ଏହି ସମସ୍ୟାର ଏକ ଘରୋଇ ଉପଚାର ରହିଛି । ଯାହାକୁ ଅବଲମ୍ବନ କଲେ ରାତିରେ ଭଲ ନିଦ ଆସିବ । ଏକ ଗବେଷଣାରୁ ଜଣାଯାଇଛି, ନିୟମିତ ରାତିରେ କ୍ଷୀର ପିଇ ଶୋଇବା ଦ୍ୱାରା ଭଲ ନିଦ ଆସିଥାଏ । ଦକ୍ଷିଣ କୋରିଆ ୟୁମୟାଙ୍ଗ୍‌ ରିସର୍ଚ୍ଚ ଇନଷ୍ଟୁ୍ୟଟର ଗବେଷକମାନେ କରିଥିବା ଗବେଷଣାରୁ ଏହା ଜଣାପଡିଛି । ଗବେଷକମାନଙ୍କ ମତରେ ବିଶେଷ କରି ରାତିରେ ଗାଈ କ୍ଷୀରରେ ଟ୍ରିପେଫାଫେନ୍‌ ଓ ମେଲାଟୋନିନର ମାତ୍ରା ପ୍ରଚୁର ପରିମାଣରେ ମିଳିଥାଏ । ମେଲାଟୋନିନ ଏକ ପ୍ରକାର ସ୍ୱାବିକ ହର୍ମନ । ଏହା ଶୋଇବା ଓ ଉଠିବା ଚକ୍ରକୁ ନିୟନ୍ତ୍ରିତ କରିଥାଏ । ସେହିଭଳି ଟ୍ରିପେଫାଫେନ୍‌ ସେରୋଟୋନିନ୍‌ ଓ ମେଲାଟୋନିନରେ ପରିଣତ ହୋଇଯାଏ ।

Leave A Reply

Your email address will not be published.