ନିର୍ବାଚନ ଆଚରଣବିଧି ଲାଗୁ ହେଲେ ମଧ୍ୟ ଉଠୁନି ସରକାରୀ ହୋର୍ଡ଼ିଂ

0

ଭୁବନେଶ୍ୱର,୧୨/୩ : ନିର୍ବାଚନ ଆଚରଣ ବିଧି ଲାଗୁ ହେବାର ୪୮ଘଣ୍ଟା ବିତିଲାଣି। ହେଲେ ଏର୍ଯ୍ୟନ୍ତ ରାଜଧାନୀ ଭୁବନେଶ୍ୱରରୁ ହଟିନି ସରକାରୀ ବ୍ୟାନର ଓ ପୋଷ୍ଟର। ଏବେବି ଅନେକ ସ୍ଥାନରେ ଲାଗିଛି ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଜ୍ଞାପନ। ଭୁବନେଶ୍ୱରର ରସୁଲଗଡ଼, ପଳାଶୁଣି ଛକ, ସାମନ୍ତରାୟପୁର ଛକ ସମେତ ପ୍ରମୁଖ ଛକରେ ରାଜ୍ୟ ସରକାରଙ୍କ ବଡ଼ ବଡ଼ ହୋର୍ଡିଂ ଲାଗି ରହିଛି। ଖାଲି ରାଜ୍ୟ ସରକାରଙ୍କର ନୁହେଁ, କେନ୍ଦ୍ର ସରକାରଙ୍କ ହୋର୍ଡିଂ ମଧ୍ୟ ଲାଗିଥିବା ଦେଖିବାକୁ ମିଳିଛି। ଯାହାକୁ ନେଇ ବିଭିନ୍ନ ମହଲରେ କ୍ଷୋଭ ପ୍ରକାଶ ପାଉଛି। ସରକାରୀ ବିଜ୍ଞାପନ ଉଠାଇ ନେବାରେ ବିଳମ୍ବ ହେଲେ ଉକ୍ତ ଅଧିକାରୀଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ କହିଛନ୍ତି।

ସେପଟେ ପୋଷ୍ଟର ହଟାଅ ଅଭିଯାନ ଜାରି ରହିଛି। ଯଦି ଏଥିରେ ବିଳମ୍ବ ହୁଏ ତେବେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁରେନ୍ଦ୍ର କୁମାର କହିଛନ୍ତି। ରାଜଧାନୀ ପରି କଟକରେ ମଧ୍ୟ ସମାନ ଅବସ୍ଥା ଦେଖିବାକୁ ମିଳିଛି। ସରକାରୀ ବିଜ୍ଞାପନ ହଟାଇବାକୁ ନିର୍ଦ୍ଦେଶ ପରେ ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି ଉଚ୍ଛେଦ କାର୍ଯ୍ୟ। କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ ଆଉ ୩ଟି ସ୍କ୍ୱାଡ ଗଠନ କରାଯାଇ ରାତିରେ ମଧ୍ୟ ହୋର୍ଡିଂ ଉଚ୍ଛେଦ କରାଯିବ ବୋଲି ସିଏମ୍‌ସି କମିଶନର ଶରତ ଚନ୍ଦ୍ର ନାୟକ କହିଛନ୍ତି।

Leave A Reply

Your email address will not be published.