ଭୁବନେଶ୍ୱର, ୩୧/୧୨: ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କୃଷକଙ୍କ ପାଇଁ କାଳିଆ ଯୋଜନାର ଶୁଭାରମ୍ଭ କରିଥିବା ବେଳେ ଏହି ଯୋଜନା ସରକାରଙ୍କ ନିର୍ବାଚନୀ ଚାଲ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଚାଷୀଙ୍କ ପାଇଁ ଦରଦ ନୁହେଁ ବରଂ ରାଜ୍ୟର ଚାଷୀ ଭାଇମାନଙ୍କୁ ବୋକା ବନାଇ ନିର୍ବାଚନ ବୈତରଣୀ ପାରି ହେବାପାଇଁ କାଳିଆ ଯୋଜନା ରାଜ୍ୟ ସରକାରଙ୍କ ଏକ ଷଡଯନ୍ତ୍ର ବୋଲି ସେ କହିଛନ୍ତି। ଚାଷୀଙ୍କ ବିକାଶ ପାଇଁ ଦରଦ ନୁହେଁ ବରଂ ରାଜ୍ୟର ଚାଷୀଭାଇ ମାନଙ୍କୁ ବୋକା ବନାଇ ନିର୍ବାଚନ ବୈତରଣୀ ପାରି ହେବାପାଇଁ କାଳିଆ ଯୋଜନା ରାଜ୍ୟ ସରକାରଙ୍କ ଏକ ଷଡଯନ୍ତ୍ର ।
କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ସୋସିଆଲ ମିଡିଆରେ ଉଲ୍ଲେଖ କରିଛନ୍ତି, ରାଜ୍ୟର ସାଧାରଣ ଜନତା, ବିଶେଷ ଭାବେ ଚାଷୀକୂଳ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବୁଢାବାଘର ସ୍ୱର୍ଣ୍ଣ କଙ୍କଣ ଉପାଖ୍ୟାନ ଭଳି ନାଟକ ମାମଲାରେ ଏବେ ସଚେତନ ହେଲେଣି । ଏହି ଯୋଜନାକୁ ଲୋକ ଦେଖାଣିଆ ଭାବେ ଲାଗୁ କରିବା ପାଇଁ କଣ୍ଟିଜେନ୍ସି ଫଣ୍ଡ(ଆକସ୍ମିକ ପାଣ୍ଠି)ର ସାହାରା ନିଆଯାଇଛି। ନିର୍ବାଚନ ବର୍ଷରେ ସାରା ରାଜ୍ୟରେ ଜନବିଦ୍ରୋହ ଦେଖି ତରବରିଆ ଭାବେ ଯୋଜନା ପ୍ରସ୍ତୁତ କରାଯାଇଛି ବୋଲି ସେ କହିଛନ୍ତି। ଏହି ଯୋଜନାକୁ ଲୋକ ଦେଖାଣିଆ ଭାବେ ଲାଗୁ କରିବା ପାଇଁ କଣ୍ଟିଜେନସି ଫଣ୍ଡ (ଆକସ୍ମିକ ପାଣ୍ଠି) ର ସାହାରା ନିଆଯାଇଛି । ନିର୍ବାଚନ ବର୍ଷରେ ସାରା ରାଜ୍ୟରେ ଜନବିଦ୍ରୋହ ଦେଖି ତରବରିଆ ଭାବେ ଯୋଜନା ପ୍ରସ୍ତୁତ କରାଯାଇଛି ।
ଯଦି ଚାଷୀଙ୍କ ପ୍ରତି ଏତେ ଚିନ୍ତା ତାହାହେଲେ ରାଜ୍ୟ ସରକାର ବିଧାନସଭାର ସ୍ୱତନ୍ତ୍ର ଅଧିବେଶନ ଡାକି ଅତିରିକ୍ତ ବଜେଟ୍ ପାସ୍ କରି କାଳିଆ ଯୋଜନାକୁ କାର୍ଯ୍ୟକାରୀ କଲେନାହିଁ କାହିଁକି ? ଯଦି ଚାଷୀଙ୍କ ପ୍ରତି ଏତେ ଚିନ୍ତା ତା’ହେଲେ ରାଜ୍ୟ ସରକାର ବିଧାନସଭାର ସ୍ୱତନ୍ତ୍ର ଅଧିବେଶନ ଡାକି ଅତିରିକ୍ତ ବଜେଟ୍ ପାସ କରି କାଳିଆ ଯୋଜନାକୁ କାର୍ଯ୍ୟକାରୀ କଲେନାହିଁ କାହିକି ? ଭାଗଚାଷୀ ଚିହ୍ନଟ ହୋଇନଥିବା ବେଳେ ଚିଠା ଲେଖି ପିଠା ଖାଇବା ଭଳି ଯୋଜନା ପ୍ରସ୍ତୁତ କରି ଦଳୀୟ ଆଧାରରେ ଟଙ୍କା ବାଣ୍ଟି ପର ତିଅଣରେ ମଙ୍ଗଳବାର ବ୍ରତ କରିବା ମୁଖ୍ୟମନ୍ତ୍ରୀଙ୍କୁ ଭଲ ଭାବେ ଜଣା ବୋଲି ଶ୍ରୀ ପ୍ରଧାନ କହିଛନ୍ତି।