ନିର୍ବାଚନ ଲଢ଼ିବେ ପ୍ରକାଶ ରାଜ

0

ନୂଆଦିଲ୍ଲୀ, ୧/୧: ସାଉଥ୍‌ ସିନେ ଇଣ୍ଡଷ୍ଟ୍ରୀର ଦମ୍‌ଦାର ଅଭିନେତା ପ୍ରକାଶ ରାଜ ତାଙ୍କ ଦ୍ୱିତୀୟ ଇଂନିସ୍‌ ରାଜନୀତିରେ ଖେଳିବାକୁ ଯାଉଛନ୍ତି । ଅର୍ଥାତ୍‌ ୨୦୧୯ ସାଧାରଣ ନିର୍ବାଚନ ସେ ଲଢ଼ିବାକୁ ଯାଉଛନ୍ତି ବୋଲି ଘୋଷଣା କରିଛନ୍ତି । ୨୦୧୯ ଲୋକସଭା ନିର୍ବାଚନରେ ସେ ପ୍ରାର୍ଥୀ ହେବେ ବୋଲି ପ୍ରକାଶ କରିଛନ୍ତି ରାଜ୍‌ । ସର୍ବଦା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ବିଜେପିକୁ ବିରୋଧ କରୁଥିବା ପ୍ରକାଶ ରାଜ ଅବ୍‌ କି ବାର୍‌ ଜନତା କା ସରକାର୍‌ ବୋଲି ସ୍ଲୋଗାନ ଦେଇଛନ୍ତି । ସେ ସ୍ୱାଧୀନ ଭାବେ ଲଢ଼ିବେ ବୋଲି ସ୍ପଷ୍ଟ କରିଥିବା ବେଳେ କେଉଁ ଲୋକସଭା ଆସନ ପାଇଁ ଲଢ଼ିବେ ତାହା ସ୍ପଷ୍ଟ କରିନାହାନ୍ତି । ପ୍ରକାଶ ରାଜ ଦକ୍ଷିଣ ଭାରତୀୟ ଫିଲ୍ମ ବ୍ୟତୀତ ଏକାଧିକ ବଲିଉଡ୍‌ ଫିଲ୍ମରେ ଅଭିନୟ କରି ଦର୍ଶକଙ୍କ ହୃଦୟ ଜିତିଛନ୍ତି । ସେ ସର୍ବଦା ବିଜେପି ହିନ୍ଦୁତ୍ୱବାଦକୁ ଅଧିକ ଗୁରୁତ୍ୱ ଦେଉଥିବା ଅଭିଯୋଗ କରି ମୋଦି ସରକାରଙ୍କୁ ବିରୋଧ କରିଆସିଛନ୍ତି ।

Leave A Reply

Your email address will not be published.