ଜର୍ମାନ ବୈଜ୍ଞାନିକ ଆଲବର୍ଟ ଆଇନଷ୍ଟାଇନଙ୍କ ଦ୍ୱାରା ଈଶ୍ୱର ଏବଂ ଧର୍ମକୁ ନେଇ ଲିଖିତ ଏକ ଚିଠି ନିକଟରେ ଆମେରିକାରେ ନିଲାମ ହୋଇଛି । ଏହାକୁ ୨୦ କୋଟି ୩୮ ଲକ୍ଷ ଟଙ୍କାରେ ବିକ୍ରି କରାଯାଇଛି । ଏହି ଚିଠିଟିକୁ ସେ ନିଜ ମୃତ୍ୟୁର ୧ ବର୍ଷ ପୂର୍ବରୁ ଲେଖିଥିଲେ । ବୈଜ୍ଞାନିକ ଆଲବର୍ଟ ଆଇନଷ୍ଟାଇନ ଈଶ୍ୱର ଏବଂ ଧର୍ମକୁ ନେଇ ଅନେକ ପ୍ରକାର ଗବେଷଣା କରୁଥିଲେ । ଏହି ଗବେଷଣା ଆଧାରରେ ସେ ଚିଠିଟିକୁ ଲେଖିଥିଲେ । ନିଲାମ ପୂର୍ବରୁ ଏହି ଚିଠିଟିକୁ ୧୦ କୋଟି ୫୮ ଲକ୍ଷ ଟଙ୍କାରେ ବିକ୍ରି କରିବାର ଯୋଜନା କରାଯାଇଥିଲା । ୨ ପୃଷ୍ଠା ବିଶିଷ୍ଟ ଏହି ଚିଠିଟିକୁ ଆଇନଷ୍ଟାଇନ ୧୯୫୪ ମସିହା ଜାନୁଆରୀ ମାସ ୩ ତାରିଖରେ ଜର୍ମାନ ଦାର୍ଶନୀକ ଏରିକ ଗଟକାଇଣ୍ଡଙ୍କ ନିକଟକୁ ଲେଖିଥିଲେ । ଆଇନଷ୍ଟାଇନ ଏହି ପତ୍ରରେ ଲେଖିଥିଲେ- ମୋ ପାଇଁ ଭଗବାନ ଶବ୍ଦର ଅର୍ଥ କିଛି ନୁହେଁ, ଏହା କେବଳ ଅଭିବ୍ୟକ୍ତି ଏବଂ ମଣିଷର ଦୂର୍ବଳତାର ପ୍ରତୀକ । ବାଇବଲ ଏକ ପୂଜନୀୟ ପୁସ୍ତକ । ଏଥିରେ କେବଳ ପ୍ରାଚୀନ କିମ୍ବଦନ୍ତୀ ରହିଛି ଯାହାର କୌଣସି ବାଖ୍ୟା ନାହିଁ କି କୌଣସି ରହସ୍ୟର ଗୁରୁତ୍ୱ ନାହିଁ, ଯାହା ଆମ ବ୍ୟବହାରରେ ପରିବର୍ତ୍ତନ ଆଣି ପାରିବ ।