ନୂଆବର୍ଷରୁ ଦେଶର ସମସ୍ତ ବିମାନ ବନ୍ଦରରେ ଲାଗିବ ବଡି ସ୍କାନର

ନୂଆଦିଲ୍ଲୀ,୨୮/୧୨: ନୂଆବର୍ଷରେ ସାରା ଦେଶରେ ସମସ୍ତ ବିମାନ ବନ୍ଦରରେ ଯାତ୍ରୀଙ୍କ ସୁରକ୍ଷା ତଦନ୍ତ ପାଇଁ ବଡି ସ୍କାନର ଲଗାଯିବ । ଏହା ଦ୍ୱାରା ସୁରକ୍ଷା ଅଧିକାରୀଙ୍କୁ ପ୍ରତ୍ୟକ ବ୍ୟକ୍ତିଙ୍କୁ ଆଉ ଯାଂଚ ତଦନ୍ତ କରିନେ ନାହିଁ , ଏହା ଆପେ ହୋଇଯିବ ।
ଏଥିରେ ଚୋରା ଚାଲାଣକାରୀମାନେ ଆଉ ନିର୍ଭୟରେ ଚୋରା ସାମଗ୍ରୀ ନେଇ ବିମାନ ବନ୍ଦରରୁ ଖସି ଯାଇ ପାରିବେ ନାହିଁ । ସେମାନଙ୍କ ସବୁ ଚତୁରତା ଧରା ପଡିଯିବ । ଭାରତର ସବୁ ବିମାନ ବନ୍ଦରରେ ବଡି ସ୍କାନର ପ୍ରକ୍ରିୟା ଲାଗୁ ହେବ । ବ୍ୟୁରୋ ଅଫ ସିଭିଲ ଏଭିଏସନ ସିକ୍ୟୁରିଟି ଏଥିପାଇଁ ଏକ ବ୍ଲୁପ୍ରିଂଟ ପ୍ରସ୍ତୁତ କରିଛି । ଖୁବ ଶିଘ୍ର ଏଥିପାଇଁ ସମସ୍ତ ବିମାନ ବନ୍ଦରରେ ଆବଶ୍ୟକୀୟ ଉପକରଣ ଲଗାଯିବ ।

ଏବେ ବିମାନ ବନ୍ଦରରେ ଯାତ୍ରମାନଙ୍କ ସୁରକ୍ଷା ଯାଂଚରେ ଅତି କମରେ ୫ ମିନିଟ ସମୟ ଲାଗିଥାଏ । ବିମାନନ ସୁରକ୍ଷା ବ୍ୟୁରୋ ( ବିସିଏଏସ) ବହୁତ ଜଲଦି ଏଥି ପାଇଁ ଗାଇଡ ଲାଇନ ଜାରୀ କରିବାକୁ ଯାଉଛନ୍ତି । ଏହା ଦ୍ୱାରା ବିମାନ ବନ୍ଦରର ସୁରକ୍ଷା କରୁଥିବା ସିଆଇଏସଏଫ ଯାତ୍ରୀମାନଙ୍କୁ ଭିଡରୁ ରକ୍ଷା ପାଇବା ପାଇଁ ବଡ ସାହାର୍ଯ୍ୟ ମିଳିବ ।
ବର୍ତମାନ ଆମେରିକା ବିମାନ ବନ୍ଦର ମିଳୁଥିବା ଏହି ସୁବିଧାକୁ ଭାରତରେ ଆରମ୍ଭ କରାଯିବ । ବିସିଏଏସର ଅଧ୍ୟକ୍ଷ କୁମାର ରାଜେଶ ଚନ୍ଦ୍ରା କହିଛନ୍ତି କି, ବ୍ୟୁରୋ ବହୁତ ଶିଘ୍ର ଏଥିପାଇଁ ସ୍ପେସିଫିକେଶନ ଓ ନିୟମ ଜାରୀ କରିବାକୁ ଯାଉଛନ୍ତି । ବର୍ତମାନ ପର୍ଯ୍ୟନ୍ତ ଏହା କିଛି କିଛି ବିମାନ ବନ୍ଦରରେ ପରିକ୍ଷା ମୂଳକଭାବେ ସଫଳତା ହାସଲ କରିସାରିଛି ।