ନୂଆ ଦାୟିତ୍ୱ ନେଲେ ୩ ବରିଷ୍ଠ ପ୍ରଶାସନିକ ଅଧିକାରୀ

0

ଭୁବନେଶ୍ୱର,୧୯/୮: ରାଜ୍ୟ ସରକାରଙ୍କ ପଞ୍ଚମ ପାଳି ସରକାରର ୮୧ ଦିନ ପରେ ଆଜି ପ୍ରଶାସନିକ ସ୍ତରରେ ଏକ ନୂତନ ଧାରା ଆରମ୍ଭ ହୋଇଛି । ରାଜ୍ୟର ୩ ଜଣ ମୁଖ୍ୟ ପ୍ରଶାସନିକ ଅଧିକାରୀ ନୂଆ ଦାୟିତ୍ୱ ଗ୍ରହଣ କରିଛନ୍ତି। ତେବେ ମୁଖ୍ୟ ଶାସନ ସଚିବ ଭାବେ ୧୯୮୬ ବ୍ୟାଚର ବରିଷ୍ଠ ଆଇଏଏସ ଅସିତ କୁମାର ତ୍ରିପାଠୀ ଦାୟିତ୍ୱ ଗ୍ରହଣ କରିଥିବା ବେଳେ ଉନ୍ନୟନ କମିଶନର ଭାବେ ୧୯୮୬ ବ୍ୟାଚର ବରିଷ୍ଠ ଆଇଏଏସ ଅଧିକାରୀ ସୁରେଶ ମହାପାତ୍ର ଏବଂ ରାଜ୍ୟ ମୁଖ୍ୟ ନିର୍ବାଚନ କମିଶନର ଭାବେ ୧୯୮୩ ମସିହା ବ୍ୟାଚର ଆଇଏଏସ ଅଫିସର ଆଦିତ୍ୟ ପାଢ଼ୀ ଦାୟିତ୍ୱ ନେଇଛନ୍ତି ।

ଆଜି ବିଧିବଦ୍ଧ ଭାବେ ୪୩ତମ ମୁଖ୍ୟ ଶାସନ ସଚିବ ଭାବେ ଅସିତ ତ୍ରିପାଠୀ ଦାୟିତ୍ୱ ଗ୍ରହଣ କରିଛନ୍ତି । ଆଦିତ୍ୟ ପ୍ରସାଦ ପାଢ଼ୀଙ୍କଠାରୁ ସେ ଦାୟିତ୍ୱ ଗ୍ରହଣ କରିଛନ୍ତି । ଦାୟିତ୍ୱ ନେବା ପରେ ଅସିିତ ତ୍ରିପାଠୀ କହିଛନ୍ତି, ୫ ‘ଟି’ ଢ଼ାଞ୍ଚାରେ ସରକାର ଚାଲିବ । ନିର୍ଦ୍ଧିଷ୍ଟ ସମୟ ସୀମା ମଧ୍ୟରେ କାର୍ଯ୍ୟ ଶେଷ କରାଯିବ । ଆଦିତ୍ୟ ପ୍ରସାଦ ପାଢ଼ୀଙ୍କୁ ରାଜ୍ୟ ନିର୍ବାଚନ ଅଧିକାରୀ ଭବେ ନିଯୁକ୍ତି ଦିଆଯିବା ପରେ ଅସିତ ତ୍ରିପାଠୀଙ୍କୁ ମୁଖ୍ୟ ଶାସନ ସଚିବ ଭାବେ ରାଜ୍ୟ ସରକାର ନିଯୁକ୍ତି ଦେଇଛନ୍ତି।

ରାଜ୍ୟ ରାଜ୍ୟର ସପ୍ତମ ନିର୍ବାଚନ କମିଶନ ଭାବେ ଆଦିତ୍ୟ ପାଢ଼ୀ ଦାୟିତ୍ୱ ନେଇଛନ୍ତି । ୧୯୮୩ ମସିହା ବ୍ୟାଚର ଏହି ଆଇଏଏସ ଅଫିସର ନଭେମ୍ବର ୨୦୧୫ରୁ ଗୋକୁଳ ପତିଙ୍କ ପରେ ମୁଖ୍ୟ ଶାସନ ସଚିବ ଦାୟିତ୍ୱ ନେଇଥିଲେ।

ସେହିଭଳି ଉନ୍ନୟନ କମିଶନର ଭାବେ ବି ଆଜି ଦାୟିତ୍ୱ ନେଇଛନ୍ତି ସୁରେଶ ଚନ୍ଦ୍ର ମହାପାତ୍ର । ସେ କହିଛନ୍ତି, ଭିତ୍ତିଭୂମି ଓ ସାମାଜିକ ସୁରକ୍ଷା କ୍ଷେତ୍ରରେ ଲାଗୁ ହୋଇଥିବା ଯୋଜନାକୁ ଗୁରୁତ୍ୱ ଦିଆଯିବ । ସବୁ ଅଂଚଳର ବିକାଶ ଉପରେ ଗୁରୁତ୍ୱ ଦିଆଯିବ । ସେହିଭଳି ଶ୍ରୀମନ୍ଦିର ବିକାଶ ନେଇ ଆସୁଥିବା ପ୍ରସ୍ତାବଗୁଡିକ ଠିକ ଭାବେ କାର୍ଯ୍ୟକାରୀ କରାଯିବ । ମନ୍ଦିର ସୁରକ୍ଷା ଓ ଭକ୍ତଙ୍କ ସୁରକ୍ଷା ଦୃଷ୍ଟିରୁ ଜଷ୍ଟିସ ବି.ପି ଦାସ କମିଶନ ଦେଇଥିବା ପ୍ରସ୍ତାବ କାର୍ଯ୍ୟକାରୀ ହେବ । ଶ୍ରୀମନ୍ଦିର ପରିଚାଳନା ସମିତିର କାର୍ଯ୍ୟକାରୀ ଅଧ୍ୟକ୍ଷ ଭାବେ ପ୍ରତିକ୍ରିୟା ରଖି ଏହା କହିଛନ୍ତି ସୁରେଶ ।

Leave A Reply

Your email address will not be published.