ନେପାଳରେ ଆଉ ଚଳିବନି ୧୦୦ରୁ ଅଧିକ ଭାରତୀୟ ନୋଟ୍‌

0

କାଠମାଣ୍ଡୁ, ୧୫/୧୨ : ଭାରତର ପଡୋଶୀ ଦେଶ ନେପାଳରେ ଏଣିକି ଚାଲିବ ନାହିଁ ଦୁଇ ଶହ, ପାଞ୍ଚ ଶହ ଓ ଦୁଇ ହଜାର ଟଙ୍କିଆ ଭାରତୀୟ ନୋଟ୍‌ । ୧୦୦ ଟଙ୍କାରୁ ଅଧିକ ମୂଲ୍ୟଯୁକ୍ତ ଭାରତୀୟ ନୋଟ୍‌ର ବ୍ୟବହାର ଉପରେ ନେପାଳ ସରକାର ପ୍ରତିବନ୍ଧକ ଲଗାଇଛନ୍ତି । କେବଳ ୧୦୦ ଟଙ୍କିଆ ଭାରତୀୟ ନୋଟର ବ୍ୟବହାର କରାଯିବ ବୋଲି ନେପାଳ ସରକାର ନିଷ୍ପତି ନେଇଛନ୍ତି । ତେବେ ଏହି ନିଷ୍ପତ୍ତି ପରେ ନେପାଳ ଯାଉଥିବା ଭାରତୀୟ ପର୍ଯ୍ୟଟକ ଅସୁବିଧାର ସମ୍ମୁଖୀନ ହେବା ଆଶଙ୍କା ପ୍ରକାଶ ପାଇଛି । ନେପାଳରେ ଭାରତୀୟ ନୋଟ୍‌ କୁ ସ୍ୱୀକାର କରାଯାଏ । ନେପାଳ ନାଗରିକ ମଧ୍ୟ ଭାରତୀୟ ଟଙ୍କାକୁ ନେଣଦଣେ ଏବଂ ବ୍ୟବସାୟରେ ବିନିଯୋଗ କରିଥାନ୍ତି । ନେପାଳର ସୂଚନା ଏବଂ ସଞ୍ଚାର ମନ୍ତ୍ରୀ ଗୋକୁଳ ପ୍ରସାଦ ବାସକୋଟା କହିଛନ୍ତି, ସରକାର ଲୋକଙ୍କଠାରୁ ୧୦୦ ଟଙ୍କାରୁ ଅଧିକ ମୂଲ୍ୟର ଭାରତୀୟ ମୁଦ୍ରା ବ୍ୟବହାର କରିବାକୁ ମନା କରିଛନ୍ତି । ଏହି ବାବଦରେ ସରକାର ଖୁବ୍‌ ଶିଘ୍ର ଏକ ଅଧିକାରୀକ ନୋଟିସ୍‌ ଦେବେ ବୋଲି ସୂଚନା ମିଳିଛି । ୨୦୧୬ ନଭେମ୍ବର ୮ ତାରିଖରେ ଭାରତ ସରକାରଙ୍କ ବିମୁଦ୍ରୀକରଣ ଯୋଗୁଁ ନେପାଳ ଏବଂ ଭୁଟାନ ବେଶ ପ୍ରଭାବିତ ହୋଇଥିଲା । ନେପାଳ ସରକାର ଅଚଳ ଭାରତୀୟ ଟଙ୍କାକୁ ଫେରାଇବାକୁ କହିଥିଲେ ମଧ୍ୟ ଭାରତ ଏହାକୁ ଅଣଦେଖା କରିଥିଲା ।

Leave A Reply

Your email address will not be published.