ସାଧାରଣ ଭାବେ ୪୦ଟି ଶବ୍ଦକୁ ଟାଇପ୍ କରିବା ପାଇଁ ଏକମିନିଟ୍ କିମ୍ବା ତା’ଠାରୁ ଅଧିକ ସମୟ ଲାଗିଥାଏ । କି;ୁ ଆଜି ଆପଣଙ୍କୁ ଏପରି ଏକ ବ୍ୟକ୍ତି ବିଷୟରେ ଜଣାଉଛୁ ଯିଏ, ହାତରେ ନୁହେଁ ବରଂ ନାକରେ ଟାଇପିଙ୍ଗ୍ କରିଥାନ୍ତି । ତା’ ପୁଣି ଏତେ ସ୍ପିଡ୍ ଯେ ଯିଏ ଦେଖେ ସିଏ ଆଶ୍ଚର୍ଯ୍ୟ ହୋଇରହିଯାଏ । ଭାରତରେ ରହୁଥିବା ମହମ୍ମଦ ଖୁର୍ଶିଦ୍ ହୁସେନ୍ ନିଜ ନାକରେ ଟାଇପ୍ କରନ୍ତି । ଖୁର୍ଶିଦ ହୁସେନ୍ ହାଇଦ୍ରାବାଦର ଅଧିବାସୀ ଏବଂ ପେସାରେ ଜଣେ ଇଞ୍ଜିୟନିୟର । ନାକରେ ଟାଇପ୍ କରିବାର ଅଭ୍ୟାସ ସେ ମାତ୍ର ୧୦ବର୍ଷ ବୟସରୁ ହିଁ ଆରମ୍ଭ କରିଥିଲେ । ପ୍ରତିଦିନ ସେ ନାକରେ ୮ଘଣ୍ଟା ଟାଇପ୍ କରନ୍ତି । ଯାହାଫଳରେ ଏବେ ତାଙ୍କର ନାମ ‘ଗିନିଜ୍ ବୁକ୍ ଅଫ୍ ୱାଲïର୍ ରୋକର୍ଡ’ରେ ସାମିଲ୍ କରାଯାଇଥିଲା । ମହମ୍ମଦ ମାତ୍ର ୩.୪୩ ସେକେଣ୍ଡରେ ସମସ୍ତ ଆଲ୍ଫାବେଟ୍କୁ ଟାଇପ୍ କରିଥିଲେ । କେବଳ ସେତିକି ନୁହେଁ, ସେ ୪୭ ସେକେଣ୍ଡରେ ୧୦୩ ଅକ୍ଷର ଟାଇପ୍ କରି ଏକ ନୂତନ ରେକର୍ଡ ସୃଷ୍ଟି କରିଥିଲେ । ପ୍ରଥମ ରେକର୍ଡଟି ସେ ୨୦୧୨ରେ କରିଥିଲେ । ଏହାପରେ ୨୦୧୪ରେ ସେ ଆଉ ଏକ ରେକର୍ଡ କରିଥିଲେ, ଯାହାକୁ ସେ ମାତ୍ର ୪୩ ସେକେଣ୍ଡରେ କରି ଦେଖାଇଥିଲେ ।