ନୂଆଦିଲ୍ଲୀ,୪/୧୨: ନ୍ୟାସନାଲ ହେରାଲ୍ଡ ମାମଲାରେ ଉଚ୍ଚତମ ନ୍ୟାୟାଳୟ ସୋନିଆ ଓ ରାହୁଲ ଗାନ୍ଧୀଙ୍କ ପିଟିସନ ଉପରେ ଶୁଣାଣି କରିଛନ୍ତି । ଏହା ପରେ ନ୍ୟାୟଳୟ ଆୟକର ବିଭାଗର ରାଷ୍ଟ୍ରୀୟ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ, ପୂର୍ବ ଅଧ୍ୟକ୍ଷ ସୋନିଆ ଗାନ୍ଧୀ ଓ କଂଗ୍ରେସ ନେତା ଓସ୍କାର ଫର୍ଣ୍ଣାଣ୍ଡିସଙ୍କ ଆର୍ôଥକ ବର୍ଷ ୨୦୧୧-୨୦୧୨ ପାଇଁ ଆୟକରର ମୂଲ୍ୟାଙ୍କନ ପୁଣି ଥରେ ଆରମ୍ଭ କରିବା ସହିତ କାର୍ଯ୍ୟନୁଷ୍ଠାନ ଆରମ୍ଭ କରିବାର ଅନୁମତି ଦେଇଛନ୍ତି । ନ୍ୟାୟାଳୟରେ ଏହି ମାମଲା ବିଚାରଧିନ ରହିବା ପର୍ଯ୍ୟନ୍ତ ଆୟକର ବିଭାଗକୁ ନିଜ କାର୍ଯ୍ୟଉପରେ ନିଆଯାଇଥିବା ନିଷ୍ପତି ଲାଗୁ କରିବା ଉପରେ ରୋକ ଲଗାଇଛନ୍ତି ।