ପ୍ରସ୍ତୁତ ସାମଗ୍ରୀ-୨କପ୍ ଅଟା, ୨କପ୍ ନଡ଼ିଆ କୋରା, ୧ ଗୁଣ୍ଡ କାଜୁ, ୨ଟି କଟା କଞ୍ଚା ଲଙ୍କା, ଅଳ୍ପ ଆମଚୁର ପାଉଡ଼ର, ଆବଶ୍ୟକ ମୁତାବକ ଲୁଣ ଏବଂ ଘିଅ ।
ପ୍ରଣାଳୀ-
ଅଟାରେ ଲୁଣ, ପାଣି ଦେଇ ଭଲ ଭାବରେ ଚକଟି ରଖ;ୁ । ଏହାପରେ କୋରା ହୋଇ ରହିଥିବା ନଡ଼ିଆ, କାଜୁ ଗୁଣ୍ଡ, କଟା ଲଙ୍କା, ଆମଚୁର ପାଉଡ଼ର ପକେଇ ଭଲଭାବରେ ମିଶେଇ ଦିଅନ୍ତୁ । ଏହାପରେ ଗୋଲ କରି ପରଟାକୁ ବେଲନ୍ତୁ । ତାୱା ଗରମ ହୋଇଗଲା ପରେ ଘିଅ ଗରମ କରି ପରଟାକୁ ମଧ୍ୟମ ଆଞ୍ଚରେ ସେକନ୍ତୁ । ସୁନେଲି ରଙ୍ଗ ହୋଇଗଲା ପରେ ପରଟାକୁ ତଳକୁ ଓହ୍ଲେଇ ଦହି ସହ ଖାଆନ୍ତୁ କାଜୁ ପରଟା ।
Prev Post
Next Post