ପରିନୀତି ଅକ୍ଷୟକୁମାରଙ୍କ ଅଭିନୀତ ଫିଲ୍ମ ‘କେଶରୀ’ ଏବେ ରିଲିଜ୍ ଅପେକ୍ଷାରେ । ତେବେ ଦୁଇ ନାୟକ ଓ ନାୟିକା ଏବେ ଫିଲ୍ମର ପ୍ରମୋସନ୍ରେ ପୁରା ବ୍ୟସ୍ଥ ଅଛନ୍ତି । ନିକଟରେ ଏକ ଇଣ୍ଟରଭୁ୍ୟରେ ଅକ୍ଷୟ ଫିଲ୍ମ ‘କେଶରୀ’ର ଶୁଟିଂ ସମ୍ପର୍କରେ କିଛି ଶ୍ରୁତି ସେୟାର କରିଛନ୍ତି । ଅକ୍ଷୟ କହିଥିଲେ ‘କେଶରୀ’ର ଶୁଟିଂ ସେଟ୍ରେ ଖେଳା ଯାଇଥିବା ଖେଳମାନଙ୍କରେ ସେ ପରିନୀତିଙ୍କ ଉପରେ ବହୁତ ଟଙ୍କା ବାକି ଅଛି । ସେପଟେ ଅକ୍ଷୟଙ୍କ ଏ କଥା ତେବେବେଳେ ମିଡିଆରେ ପ୍ରସାରିତ ହେଲା ପରିନୀତି ଏ ନେଇ ଖବର ପାଇଲେ । ସେ ସୋସାଲ ମିଡିଆରେ ଏକ ଫଟୋ ଅପ୍ଲୋଡ୍ କଲେ । ଯେଉଁଥିରେ ପରିନୀତି ଅକ୍ଷୟଙ୍କୁ ୨୦୦୦ ଟଙ୍କିଆ ନୋଟ୍ ଦେଉଥିବାର ଦେଖିବାକୁ ମିଳୁଛି । ଫଟୋ ଅପ୍ଲୋଡ୍ କରି ସେ କ୍ୟାପ୍ସନ୍ ଦେଲେ- ‘ଏବେ ମୁଁ ମୋ ଉପର ଥିବା ଅକ୍ଷୟଙ୍କ ବାକିଆ ଟଙ୍କାକୁ ଫେରୀସ୍ତ କରିଦେଲି…ଏହା ହେଉଛି ପ୍ରମାଣ ।’
ଫିଲ୍ମ ‘କେଶରୀ’ ‘ବେଟଲ୍ ଅଫ୍ ସାରାଗଢ଼ୀ’ ଉପରେ ଆଧାରିତ। ଫିଲ୍ମରେ ଅକ୍ଷୟ ଈଶର ସିଂହ ନାମକ ଜଣେ ହାବିଲ୍ଦାର ଭୂମିକାରେ ଅଭିନୟ କରିଛନ୍ତି । ଯେ ୨୧ ଜଣ ଶିଖ୍ ଓ ୧୦,୦୦୦ ଆଫଗାନୀଙ୍କ ସହ ଲଢ଼େଇ କରିଥିଲେ । ଏ ଫିଲ୍ମରେ କାମ କରିବାକୁ ନେଇ ପରିନୀତି କହିଛନ୍ତି ଯେ- ‘ଯେତେବେଳେ ମୋତେ ଏ ଫିଲ୍ମରେ କାମ କରିବା ପାଇଁ ଡକା ଯାଇଥିଲା ମୁଁ ମାତ୍ର ୩ ମିନିଟରେ ଏ ଫିଲ୍ମରେ କାମ କରିବାକୁ ହଁ କରି ଦେଇଥିଲି ।’ ଆସନ୍ତା ୨୧ ତରିଖରେ ଫିଲ୍ମଟି ରିଲିଜ୍ ହେବା ନେଇ ସମୟ ସ୍ଥିର କରାଯାଇଛି ।
Prev Post
Next Post