ପତ୍ର ପୋଡା ଚିଙ୍ଗୁଡି

0

ସାମଗ୍ରୀ- ଚିଙ୍ଗୁଡି-୨୫୦ଗ୍ରାମ୍‌, ଶୋରିଷ-୫୦ଗ୍ରାମ୍‌, ଶୋରିଷ ତେଲ-୧୦୦ଗ୍ରାମ୍‌, ବଡ ରସୁଣ-୮ରୁ୧୦ କୋଲା, ଶୁଖିଲା ଲଙ୍କା-୫ଟି, କଟା କଦଳୀ ପତ୍ର, ସ୍ୱାଦ ଅନୁସାରେ ଲୁଣ,
ପ୍ରଣାଳୀ- ପ୍ରଥମେ ଚିଙ୍ଗୁଡି ଚୋପା ଗୁଡିକୁ ଭଲଭାବେ କାଢି ଚିଙ୍ଗୁଡି ସବୁକୁ ଭଲଭାବେ ଧୋଇ ଗୋଟିଏ ପାତ୍ରରେ ରଖିଦେବେ । ଶୋରିଷ, ଶୁଖିଲା ଲଙ୍କା, ରସୁଣ ମିଶାଇ ଏକ ବଟା ମସଲା ତିଆରି କରିବେ । ଚିଙ୍ଗୁଡିରେ ଏହି ବଟା ମସଲାକୁ କିଛି ଲୁଣ ଓ ସାମାନ୍ୟ ତେଲ ଦେଇ ଭଲଭାବେ ଗୋଳାଇଦେବେ । ଏହାପରେ କଦଳୀ ପତ୍ରକୁ ସମାନ ଭାବରେ କାଟି ପତ୍ରରେ ତେଲ ଲଗାଇ ସେଥିରେ ମସଲାରେ ଗୋଳା ହୋଇଥିବା ଚିଙ୍ଗୁଡିକୁ ଦେଇ ପତ୍ରକୁ ଭଲଭାବେ ସୂତା ଦ୍ୱାରା ବାନ୍ଧିବେ ଯେମିତି ଭିତରେ ଥିବା ଚିଙ୍ଗୁଡି ବାହାରକୁ ନବାହାରେ । ଏମିତି ଚିଙ୍ଗୁଡି ସବୁ ପତ୍ରରେ ବାନ୍ଧିବାପରେ ତାକୁ ଚୂଲି ଆଂଚ ଭିତରେ କିଛି ସମୟ ପାଇଁ ରଖିବେ, ୩୦ମିନିଟ ପରେ ସଣ୍ଡୁଆସି ସାହାଯ୍ୟରେ ପତ୍ର ଗୁଡିକୁ ନିଆଁରୁ କାଢିନେବେ ଏହାପରେ ପ୍ରସ୍ତୁତ ହୋଇଯିବ ଆପଣଙ୍କର ପତ୍ର ପୋଡା ଚିଙ୍ଗୁଡି ।

Leave A Reply

Your email address will not be published.