ପରଦାକୁ ଆସିଲା ଫକିର ଅଫ୍‌ ଭିନିଶ

0

ମୁକ୍ତିଲାଭ କରିଛି ସିଙ୍ଗର କମ୍‌ ଆକଫର ଫରହାନ ଅଖତରଙ୍କ ଫିଲ୍ମ ‘ଦ ଫକିର ଅଫ ଭିନିଶ’। ଫରହାନ୍‌ଙ୍କ ସହ ଫିଲ୍ମରେ ଅଭିନୟ କରିଛନ୍ତି ଅନ୍ନୁ କପୁର ଯେ ଏକାଧାରରେ ଜଣେ ସର୍ବଗୁଣ ସମ୍ପର୍ଣ୍ଣ କଳାକାର । ଫିଲ୍ମର ପବ୍ଲିସିଟି ପାଇଁ କୌଣସି ପ୍ରକାର ଟ୍ରିଜର ରିଲିଜ ହୋଇ ନ ଥିଲେ ମଧ୍ୟ ଫିଲ୍ମ ରିଲିଜ ପୂର୍ବରୁ ଏହାର ଏକ ପୋଷ୍ଟର ରିଲିଜ କରାଯାଇଥିଲା । ପୋଷ୍ଟରରେ ଦୁଇ କଳାକାର ଗେରୁଆ ବସ୍ତ୍ର ରପିଧାନ କରି ବସିଥିବାର ଦେଖିବାକୁ ମିଳିଥିଲା । ପୋଷ୍ଟକୁ ଦେଖିଲେ ଫିଲ୍ମଟି ଭଣ୍ଡ ସାଧୁଙ୍କ ଉପରେ ନିର୍ମିତ ବୋଲି ଅନୁମାନ କରାଯାଉଛି । ଆନନ୍ଦ ସୁରାପୁର ଫିଲ୍ମକୁ ନିର୍ଦ୍ଦଶନା ଦେଇଥିବାବେଳେ ପୁନିତ ଦେଶାଇ ଫିଲ୍ମର ପ୍ରଯୋଜନାଭାର ସମ୍ଭାଳିଛନ୍ତି । ଫିଲ୍ମଟି ୨୦୦୯ ମସିହା ଏପ୍ରିଲମାସରେ ରିଲିଜ ହବାକୁ ଥିଲା କିନ୍ତୁ ପ୍ରଯୋଜନାସଂସ୍ଥାର କୌଣସି ଅସୁବିଧା କାରଣରୁ ଫିଲ୍ମଟି ୧୦ ବର୍ଷ ପରେ ଏବେ ରିଲିଜ ହୋଇଛି । ଫରହାନ୍‌ ଶେଷଥର ପାଇଁ ଫିଲ୍ମ ‘ରକ୍‌ ଅନ୍‌ ୨’ରେ ଦେଖା ଯାଇଥିଲେ । ଦୁଇବର୍ଷ ପରେ ଫରହାନ୍‌ ବଡ଼ ପରଦାକୁ ଫେରିବା ତାଙ୍କ ଫ୍ୟାନ୍ସଙ୍କ ପାଇଁ ଖୁସି ଖବର । ତେବେ ଫିଲ୍ମଟି ଦର୍ଶକଙ୍କୁ ପସନ୍ଦ ଆସୁଛି କି ନାହିଁ ତାହା ତ କେବଳ ଫିଲ୍ମକୁ ଦେଖିଥିବା ଦର୍ଶକ ହିଁ କହିପାରିବେ ।

Leave A Reply

Your email address will not be published.