ପରବର୍ତ୍ତୀ ଷ୍ଟ୍ରାଇକରେ ବିରୋଧି ନେତାଙ୍କୁ ଯୁଦ୍ଧ ବିମାନ ତଳେ ବାନ୍ଧିକି ନିଆଯାଉ : କେନ୍ଦ୍ରମନ୍ତ୍ରୀ ଭି.କେ ସିଂହ

0

ନୂଆଦିଲ୍ଲୀ,୬/୩: ପାକିସ୍ତାନରେ ପ୍ରବେଶ କରି ଭାରତୀୟ ବାୟୁସେନା କରିଥିବା ଏୟାରଷ୍ଟ୍ରାଇକ ଉପରେ ପ୍ରଶ୍ନ ଉଠାଉଥିବା ବିରୋଧି ନେତା ବା ଆକ୍ଟିଭିଷ୍ଟମାନଙ୍କ ଉପରେ ଜୋରଦାର ପ୍ରହାର କରିଛନ୍ତି କେନ୍ଦ୍ରମନ୍ତ୍ରୀ ଭି କେ ସିଂହ । ବିଦେଶ ରାଜ୍ୟ ମନ୍ତ୍ରୀ ବି କେ ସିଂହ ମିଡିଆରେ କହିଛନ୍ତି କି, ପରବର୍ତ୍ତୀ ସମୟରେ ଭାରତ ଯଦି କିଛି କରେ , ତେବେ ମୋତେ ଲାଗୁଛି ଯେଉଁ ବିରୋଧିମାନେ ପ୍ରଶ୍ନ ଉଠାଉଛନ୍ତି, ସେମାନଙ୍କୁ ଯୁଦ୍ଧ ବିମାନ ତଳେ ବାନ୍ଧି କି ନିଆଯିବା ଦରକାର । ଯେତେବେଳେ ବମ ପକାଯିବ, ସେତେବେଳେ ସେ ଟାର୍ଗେଟ ଦେଖିବେ, ତାପରେ ସେମାନଙ୍କୁ ସେଠାରେ ଉହ୍ଲାଇ ଦେଲେ କେତେ ଜଣଙ୍କର ପ୍ରାଣ ଚାଲିଯାଇଛି ସେ ଗଣିକି ଫେରିଆସିବେ ।

ଭି. କେ ସିଂହ କହିଥିଲେ କି, ଲୋକମାନେ ଚାହାଁନ୍ତି କି ଆତଙ୍କବାଦ ସହିତ ମୁକାବିଲା କରିବା ବେଳେ ଭାରତ ଇସ୍ରାଏଲର ନୀତି ଅନୁସରଣ କରୁ । କିନ୍ତୁ ବିପକ୍ଷଙ୍କ ଉପସ୍ଥିତିରେ ଏହା ସମ୍ଭବ ନୁହେଁ । ଏହାକୁ ଯୋଡି ସେ ଆହୁରି କହିଥିଲେ କି, ଦେଶ ଭିତରେ ମଧ୍ୟ ଗୋଟେ ସର୍ଜିକାଲ ଷ୍ଟ୍ରାଇକର ଆବଶ୍ୟକତା ରହିଛି । ସେ କହିଥିଲେ କି ଇସ୍ରାଏଲର ବିପକ୍ଷ ନିଜର ସେନା ଉପରେ ଅବିଶ୍ୱାସ କରନ୍ତି ନାହିଁ । ଭି କେ ସିଂହ, ଫେସବୁକର ଏକ ପୋଷ୍ଟରେ ବିରୋଧି ନେତା, ଛାତ୍ରନେତା, ଆକ୍ଟିଭିଷ୍ଟ ଓ ମିଡିଆକୁ ଟାର୍ଗେଟ କରି କହିଥିଲେ କି ଭାରତ ଭିତରେ ବି ଏକ ସର୍ଜିକାଲ ଷ୍ଟ୍ରାଇକର ଆବଶ୍ୟକତା ରହିଛି ।

Leave A Reply

Your email address will not be published.