ପରମ୍ପରା ନା ଯନ୍ତ୍ରଣା

0

ଦୁନିଆରେ ଏପରି ଅନେକ ଜନଜାତି ରହିଛନ୍ତି, ଯାହାଙ୍କ ରୀତି-ନୀତି ବିଷୟରେ ଶୁଣି ଲୋକେ ଚକିତ ହୋଇଯାଇଥାନ୍ତି । ବିଶେଷକରି ସମାଜଠାରୁ ଦୂରରେ ରହିଥିବା ଜନଜାତିଙ୍କର ପରମ୍ପରା ଅନେକ ସମୟରେ ଶୁଣିବାକୁ ମିଳେ ଯାହା ଶୁଣି ସମସ୍ତେ ଚକିତ ହୋଇଯାନ୍ତି । ଆଜି ଆମେ ଏପରି ଏକ ଜନଜାତିଙ୍କ ବିଷୟରେ ଜଣାଉଛୁ, ଇଣ୍ଡୋନେସିଆର ପାପୁଆରେ ବସବାସ କରୁଥିବା ଦାନି ସମ୍ପ୍ରଦାୟର ଲୋକମାନେ । ଯେଉଁମାନେ ପରମ୍ପରା ନାଁରେ ନିଜର ଲୋକମାନଙ୍କୁ ଦେଇଥାନ୍ତି ଯନ୍ତ୍ରଣା । ଦାନି ସମ୍ପ୍ରଦାୟରେ ଯଦି କୋðଣସି ପରିବାରର ମୁଖିଆଙ୍କର ଦେହାନ୍ତ ହୋଇଯାଏ, ତେବେ ପରିବାରର ବାକି ସଦସ୍ୟମାନେ ନିଜର ଆଙ୍ଗୁଠି କାଟିର ବଳି ଦେଇଥାନ୍ତି । ଶହଶହ ବର୍ଷରୁ ପାଳନ କରିଆସୁଥିବା ଏହି ପ୍ରଥାକୁ ମୃତ ପରିବାରର ସମସ୍ତ ସଦସ୍ୟ ତେଣିକି ସେ ମହିଳା ହୁଅନ୍ତି କି ପୁରୁଷ, କିମ୍ବା ଛୋଟ ଛୁଆ, ବା ବୃଧ ସମସ୍ତଙ୍କୁ ଏହି ପରମ୍ପରାର ପାଳନ କରିବାକୁ ପଡିଥାଏ । ଏମାନଙ୍କର ବିଶ୍ୱାସ ରହିଛିକି, ଏପରି କରିବା ଦ୍ୱାରା ସ୍ୱର୍ଗରେ ମୁଖିଆଙ୍କ ଆତ୍ମାକୁ ଶାନ୍ତି ମିଳିଥାଏ । ତେଣୁ କରି ଆଙ୍ଗୁଠି କାଟିବାର ଜୋରରେ ସୂତାରେ ୩୦ମିନିଟ୍‌ ପର୍ଯ୍ୟନ୍ତ ଗୁଡାଇ ଦିଆଯାଇଥାଏ, ଏହାପରେ କୁଢାରୀରେ ଆଙ୍ଗୁଠିଟାକୁ ହାଣି ଦିଆଯାଇଥାଏ । କେବଳ ସେତିକି ନୁହେଁ, ସେମାନଙ୍କ ମୁହଁକୁ ମାଟି ଓ ପାଉଁଶରେ ପୋତି ଦିଆଯାଏ । ଆଙ୍ଗୁଠି କଟିବା ପରେ ଏହାକୁ ସୁଖାଯାଇଥାଏ । ପରେ ଏହାକୁ ଜଳେଇ ଦିଆଯାଇଥାଏ । ସେଠାକାର ସରକାର କିଛି ବର୍ଷ ପୂର୍ବେ ଏହି ପରମ୍ପରା ଉପରେ ପ୍ରତିବନ୍ଧ ଲଗାଇଥିଲେ ସେ‰ ମଧ୍ୟ ଆଜି ବି ଏହାକୁ ପାଳନ କରିଆସୁଛନ୍ତି ଦାନି ଜନଜାତି ।

Leave A Reply

Your email address will not be published.