ଭୁବନେଶ୍ୱର, ୧୭/୧୧: ଓଡ଼ିଶୀ ମର୍ଦ୍ଦଳ ବାଦନରେ ମହାରଥ ହାସଲ କରିଥିବା ଗୁରୁ ବନମାଳୀ ମହାରଣାଙ୍କ ପରଲୋକ ଘଟିଛି । ଓଡ଼ିଶା ସଙ୍ଗୀତ ଏକାଡେମୀ ଦ୍ୱାରା କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ସମ୍ମାନିତ ସମ୍ମାନିତ ଗୁରୁ ବନମାଳୀ କିଛିଦିନ ହେବ ନିମୋନିଆରେ ପୀଡ଼ିତ ହୋଇ ଚିିକିତ୍ସାଧୀନ ଥିଲେ । ଆଜି ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ୭୭ ବର୍ଷ ବୟସରେ ତାଙ୍କର ନିଧନ ହୋଇଛି । ବନମାଳୀ ଉତ୍ମଳ ସଙ୍ଗୀତ ମହାବିଦ୍ୟାଳୟର ମର୍ଦ୍ଦଳ ବିଭାଗ ମୁଖ୍ୟ ଭାବେ ବେଶ୍ ପରିଚିତ ଥିଲେ ।