ପରାଜୟ ପରେ କଂଗ୍ରେସର ୧୩ ନେତା ପଠାଇଲେଣି ଇସ୍ତଫା ପତ୍ର

0

ନୂଆଦିଲ୍ଲୀ,୨୭/୫: ଲୋକସଭା ନିର୍ବାଚନରେ କଂଗ୍ରେସ ପାର୍ଟିର ଶୋଚନୀୟ ପରାଜୟ ପରଠୁ କଂଗ୍ରେସର ଜଣେ ପରେ ଜଣେ ନେତା ନିଜ ପଦରୁ ଇସ୍ତଫା ଦେବା କଥା କହିଛନ୍ତି। ପ୍ରଥମେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଇସ୍ତଫା ଦେବା କଥା କହିଥିଲେ ଏବଂ ଏବେ ରାଜ୍ୟ ପ୍ରଦେଶ ପ୍ରଭାରୀ ଇସ୍ତଫା ଦେବା କଥା କହିଛନ୍ତି। ଯାହା ଫଳରେ ଆସାମଠୁ ନେଇ ପଞ୍ଜାବ ଏବଂ ମଧ୍ୟ ପ୍ରଦେଶଠୁ ନେଇ ରାଜସ୍ଥାନ ପର୍ୟ୍ୟ ନ୍ତ ବରିଷ୍ଠ ନେତା ଇସ୍ତଫା ଦେବାକୁ ଇଚ୍ଛା ପ୍ରକାଶ କରିଛନ୍ତି। ଏ ପର୍ଯ୍ୟନ୍ତ ବିଭିନ୍ନ ରାଜ୍ୟରୁ ୧୩ ବରିଷ୍ଠ ନେତା ନିଜର ଇସ୍ତଫା ପତ୍ର କଂଗ୍ରେସ ଅଧ୍ୟକ୍ଷଙ୍କ ପାଖକୁ ପଠାଇ ସାରିଛନ୍ତି। ଅନ୍ୟ ପଟେ ରାହୁଲଙ୍କୁ ନେଇ ଅନେକ କଳ୍ପନା ଜଳ୍ପନା ଲାଗି ରହିଛି। ମାତ୍ର ରାହୁଲଙ୍କ ଇସ୍ତଫା ଦେବା ପ୍ରସ୍ତାବ ପରେ ପାର୍ଟି ନିରବ ରହିଛି। ମାତ୍ର ସୂତ୍ର ମୁତାବକ ରାହୁଲ ଏବେ ମଧ୍ୟ ଇସ୍ତଫା ଦେବାକୁ ଜିଦ୍ ଧରିଛନ୍ତି। ଖବର ଏହା ମଧ୍ୟ କହୁଛି ଯେ, ରାହୁଲ କଂଗ୍ରେସର ଦୁଇ ଜଣ ବରିଷ୍ଠ ନେତାଙ୍କୁ ଭେଟି ତାଙ୍କର ବିକଳ୍ପ ଖୋଜିବାକୁ କହିଛନ୍ତି।

କଂଗ୍ରେସ ଅଧ୍ୟକ୍ଷଙ୍କ ରାସ୍ତାରେ ଚାଲି ଏ ପର୍ଯ୍ୟନ୍ତ ୧୩ ବଡ଼ ନେତା ଇସ୍ତଫା ଦେବା କଥା କହିଛନ୍ତି। ମହାରାଷ୍ଟ୍ରରେ ପାର୍ଟିର ପ୍ରଭାରୀ ଅଶୋକ ଚହ୍ଵାନ ଲୋକସଭା ନିର୍ବାଚନର ଫଳାଫଳ ପ୍ରକାଶ ପାଇବାର ଗୋଟିଏ ଦିନ ପରେ ଇସ୍ତଫା ଦେଇଥିଲେ। ସେହି ପରି ପଞ୍ଜାବ କଂଗ୍ରେସ ଅଧ୍ୟକ୍ଷ ସୁନିଲ ଜାଖଡ଼, ଝାରଖଣ୍ଡ କଂଗ୍ରେସ ମୁଖ୍ୟ ଅଜୟ କୁମାର ଓ ଆସାମ କଂଗ୍ରେସ ଅଧ୍ୟକ୍ଷ ରିପୁନ ବୋରା ସୋମବାର ନିଜର ଇସ୍ତଫା ପତ୍ର କଂଗ୍ରେସ ଅଧ୍ୟକ୍ଷଙ୍କ ପାଖକୁ ପଠାଇଛନ୍ତି। ଏହା ପୂର୍ବରୁ ରାଜ ବବ୍ବର ଓ କମଲନାଥ ମଧ୍ୟ ନୈତିକ ଦାୟିତ୍ଵ ନେଇ ନିଜ ପଦରୁ ଇସ୍ତଫା ଦେବାକୁ କହିଥିଲେ।

Leave A Reply

Your email address will not be published.