ପର୍ଥ ଟେଷ୍ଟରେ ଭାରତର ଶୋଚନୀୟ ପରାଜୟ

0

ପର୍ଥ, ୧୮/୧୨: ବ୍ୟାଟ୍ସମ୍ୟାନ୍‌ଙ୍କ ଦୟନୀୟ ପ୍ରଦର୍ଶନ ପାଇଁ ପର୍ଥ ଟେଷ୍ଟରେ ଭାରତ ଶୋଚନୀୟ ପରାଜୟ ବରଣ କରିଛି । ମହମ୍ମଦ ସାମିଙ୍କ ୬ ଓ ଜସପ୍ରୀତ ବୁମ୍ରାଙ୍କ ୩ ଉଇକେଟ୍‌ ସଫଳତା ବଳରେ ଏକଦା ଭାରତ ମ୍ୟାଚ୍‌ ଜିତିବ ବୋଲି ଆଶା କରାଯାଉଥିବା ବେଳେ କୌଣସି ବ୍ୟାଟ୍ସମ୍ୟାନ୍‌ କ୍ରିଜ୍‌ରେ ତିଷ୍ଠି ନ ରହିବାରୁ ଭାରତ ୧୪୬ ରନ୍‌ରେ ପରାଜୟ ବରଣ କରିଛି । ଦ୍ୱିତୀୟ ଇନିଂସ୍‌ରେ ଭାରତ ସମ୍ମୁଖରେ ଅଷ୍ଟ୍ରେଲିଆ ୨୮୭ ରନ୍‌ ବିଜୟ ଲକ୍ଷ୍ୟ ଧାର୍ଯ୍ୟ କରିଥିଲା । ଗତକାଲି ଦ୍ୱିତୀୟ ଇନିଙ୍ଗସର ଆରମ୍ଭରୁ ଭାରତ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା । ଖାତା ଖୋଲିବା ପୂର୍ବରୁ କେ ଏଲ ରାହୁଲ ଆଉଟ୍‌ ହୋଇ ପାଭିଲିୟନ ଫେରିବା ପରେ ଏହି ଧାରା ଜାରି ରହିଥିଲା । ଚତୁର୍ଥ ଦିନ ଶେଷ ସୁଦ୍ଧା ଭାରତର ୫ ଶୀର୍ଷ ଖୋଳାଳି ପାଭିଲିୟନ ଫେରିଆସିବା ସହିତ ଭାରତ ଉପରେ ସଙ୍କଟ ଲଦି ଦେଇଥିଲେ । ୪ର୍ଥ ଦିନ ଖେଳ ଶେଷ ସୁଦ୍ଧା ୫ ୱିକେଟ୍‌ ହରାଇ ୧୧୨ ରନ୍‌ ସଂଗ୍ରହ କରିଥିଲା । ଶେଷଦିନରେ ଭାରତକୁ ଜିତିବା ପାଇଁ ୧୭୫ ରନ୍‌ର ଆବଶ୍ୟକତା ଥିବାବେଳେ ଦୁଇ ଓଭରନାଇଟ୍‌ ବ୍ୟାଟ୍ସମ୍ୟାନ୍‌ ଫେଲ୍‌ ମାରିବାରୁ ଭାରତ ସହଜରେ ଆତ୍ମସମର୍ପଣ କରିଥିଲା । ଖେଳ ଆରମ୍ଭରୁ ହନୁମା ବିହାରୀ ଆଉଟ୍‌ ହେବାମାତ୍ରେ କୌଣସି ଟ୍ୟାଲେଣ୍ଡର ପନ୍ଥଙ୍କ ସାଥ୍‌ ଦେଇପାରି ନଥିଲେ । ପନ୍ଥ ୩୦ ରନ୍‌ କରିବା ମାତ୍ରେ ପରାଜୟ ମାତ୍ର ଔପଚାରିକ ହୋଇ ରହିଯାଇଥିଲା । ଏହା ପରେ ମାତ୍ର ୩ ଓଭରରେ ଭାରତ ମୋଟ୍‌ ୧୪୦ ରନ୍‌ ସଂଗ୍ରହ କରି ଅଲ୍‌ଆଉଟ୍‌ ହୋଇଯାଇଥିଲା । ଏହି ପରାଜୟ ପରେ ଆଉଟ୍‌ ଦୁଇଟି ମ୍ୟାଚ୍‌ ବାକି ଥିବାବେଳେ ସିରିଜ୍‌ ୧-୧ ସ୍ତରକୁ ଆସିଯାଇଛି ।

Leave A Reply

Your email address will not be published.