ଭୁବନେଶ୍ୱର,୬/୬: ରାଜ୍ୟରେ ପର୍ଯ୍ୟାବରଣକୁ ଦୃଷ୍ଟିରେ ରଖି ପର୍ଯ୍ୟଟନ ବିକାଶ ପାଇଁ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲେ । ଏହି ବୈଠକରେ ୭ଟି ନୂତନ ପ୍ରକଳ୍ପ ହେବା ନେଇ ନିଷ୍ପତି ନିଆଯାଇଛି । ଏହି ପ୍ରକଳ୍ପ ଆଧାରରେ ୫ଟି ରିସର୍ଟ, ଗୋଟିଏ ୱାଟର ପାର୍କ ଓ ଗୋଟିଏ ଥିମ୍ ପାର୍କ କରିବାକୁ ନିଷ୍ପତି ନିଆଯାଇଛି ।
ସୂଚନାଯୋଗ୍ୟ, ପର୍ଯ୍ୟଟନ ବିକାଶ ପାଇଁ ଓଡିଶାରେ ୭ଟି ନୂତନ ପ୍ରକଳ୍ପ ହେବ । ଏହା ଦ୍ୱାରା ଓଡିଶା ପର୍ଯ୍ୟଟନକୁ ଏକ ନୂତନ ରୂପରେଖ ମିଳିବ । ତେଣୁ ପର୍ଯ୍ୟଟନର ବିକାଶକୁ ଦୃଷ୍ଟିରେ ରଖି ୫ଟି ରିସର୍ଟ, ଗୋଟିଏ ୱାଟର ପାର୍କ ଓ ଗୋଟିଏ ଥିମ୍ ପାର୍କ ନିର୍ମାଣ କରିବାକୁ ନିଷ୍ପତି ନିଆଯାଇଛି । ବସନ୍ତପୁରରେ ୱାଟର ପାର୍କ ଓ ରାଉରକେଲାରେ ଥିମ୍ ପାର୍କ ହେବ ବୋଲି ସ୍ଥାନ ନିର୍ଦ୍ଧାରଣ କରାଯାଇଛି । ତେବେ ନୂଆ ପ୍ରକଳ୍ପ ପାଇଁ ସମୁଦାୟ ୩୫୪ କୋଟି ୩୪ ଲକ୍ଷ ବ୍ୟୟ ବରାଦ କରାଯାଇଛି । ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ହୋଇଥିବା ବୈଠକରେ ଆଜି ଏହି ନିଷ୍ପତି ନିଆଯାଇଛି ।