ପଶ୍ଚିମବଙ୍ଗ, ଆନ୍ଧ୍ର ପରେ ଏବେ ଛତିଶଗଡରେ ସିବିଆଇକୁ ‘ନୋ ଏଣ୍ଟ୍ରି’

0

ରାୟପୁର, ୧୧/୧ : ପଶ୍ଚିମବଙ୍ଗ ଏବଂ ଆନ୍ଧ୍ର ପ୍ରଦେଶ ପରେ ଏବେ କଂଗ୍ରେସ ଶାସିତ ଛତିଶଗଡରେ ମଧ୍ୟ ସିବିଆଇକୁ ବିନା ଅନୁମତିରେ ପ୍ରଦେଶରେ ପ୍ରବେଶ କିମ୍ବା ତଦନ୍ତ କରିବା ଉପରେ ରୋକ ଲଗା ଯାଇଛି । ମୁଖ୍ୟମନ୍ତ୍ରୀ ଭୁପେଶ ବାଘେଲାଙ୍କ ନେତୃତ୍ୱାଧୀନ ସରକାର ସେଣ୍ଟ୍ରାଲ୍‌ ବ୍ୟୁରୋ ଅଫ୍‌ ଇଭେଷ୍ଟିଗେସନ୍‌ (ସିବିଆଇ) ସହ ହୋଇଥିବା ସାଧାରଣ ରାଜିନାମାକୁ ପ୍ରତ୍ୟାହାର କରିଛନ୍ତି ।
ଏହି ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ଭୁପେଶ ବାଘେଲା ଗୁରୁବାର କେନ୍ଦ୍ର ଗୃହ ମନ୍ତ୍ରାଳୟକୁ ସୁଚନା ଦେଇଛନ୍ତି । ଏଥିରେ କୁହାଯାଇଛି କି, ରାଜ୍ୟରେ କୌଣସି ନୂଆ ମାମଲା ଦାଖଲ ନକରିବାକଲୁ କେନ୍ଦ୍ର ଗୃହ ମନ୍ତ୍ରାଳୟ ସିବିଆଇକୁ ନିର୍ଦ୍ଦେଶ ଦେଉ ।
ତେବେ ସରକାର ଏହି ରାଜିନାମାକୁ ପ୍ରତ୍ୟାହାର କରିବା ପରେ ଛତିଶଗଡ଼ରେ କୌଣସି ଅଭିଯାନ କିଂବା ଚାଉ କରିବା ପୂର୍ବରୁ ରାଜ୍ୟ ସରକାରଙ୍କ ଅନୁମତି ନେବାକୁ ପଡ଼ିବ ।
ସୂଚନା ଯୋଗ୍ୟ ଯେ, ସିବିଆଇ ଦିଲ୍ଲୀ ସ୍ପେଶାଲ୍‌ ପୋଲିସ ଇଷ୍ଟାବ୍ଲିସମେଣ୍ଟ ଆକଫ ଅଧିନରେ ରହୁଛି । ତେଣୁ କୌଣସି ରାଜ୍ୟର ସରକାରୀ କର୍ମଚାରୀଙ୍କ ବିରୋଧରେ ତଦନ୍ତ କରିବା ପୂର୍ବରୁ ସିବିଆଇକୁ ସେହି ରାଜ୍ୟର ସରକାରଙ୍କ ସହମତି ଆବଶ୍ୟକ ହୋଇଥାଏ । ତେବେ ସିବିଆଇ କେନ୍ଦ୍ରର ଭାରତୀୟ ଜନତା ପାର୍ଟିର ନିର୍ଦ୍ଦେଶରେ କାମ କରୁଥିବା ଅଭିଯୋଗ କରି ଏହି ୩ ରାଜ୍ୟ ସିବିଆଇ ହସ୍ତକ୍ଷେପକୁ ପ୍ରତ୍ୟାହାର କରିଛନ୍ତି ।

Leave A Reply

Your email address will not be published.