ଭୁବନେଶ୍ୱର, ୨୪/୧୨ : ମହାନ ସ୍ୱାଧୀନତା ସଂଗ୍ରାମୀ ବକ୍ସି ଜଗବନ୍ଧୁ ଉତ୍କଳ ଜନନୀର ମହାନ ସନ୍ତାନ ଥିଲେ । ବ୍ରିଟିଶ୍ ଶାସନ ବିରୋଧରେ ବକ୍ସିଙ୍କ ନେତୃତ୍ୱରେ ପାଇକମାନଙ୍କ ଲଢ଼ାଇଥିଲା ଦେଶର ପ୍ରଥମ ବିଦ୍ରୋହ । ତେଣୁ ଏହାକୁ ପ୍ରଥମ ସ୍ୱାଧୀନତା ସଂଗ୍ରାମର ମାନ୍ୟତା ଦାବିକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି କେନ୍ଦ୍ର ସରକାରଙ୍କ ନିକଟରେ ପୁଣି ଥରେ ଦୋହରାଇଛନ୍ତି ।
ଭୁବନେଶ୍ୱର ଆଇଆଇଟିର ଶୁଭ ଉଦଘାଟନ ଅବସରରେ ମୁଖ୍ୟମନ୍ତ୍ରୀ ଯୋଗ ଦେଇ ପ୍ରଧାନମନ୍ତ୍ରୀଙ୍କୁ ଓଡ଼ିଶାକୁ ସ୍ୱାଗତ କରିଛନ୍ତି । ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଖୋର୍ଦ୍ଧାରେ କେନ୍ଦ୍ର ସରକାର ପାଇକ ବିଦ୍ରୋହ ସ୍ମୃତିରେ ଏକ ସଂଗ୍ରାଳୟ କରିବା ପାଇଁ ଯେଉଁ ଯୋଜନା କରିଛନ୍ତି ତାହାକୁ ସ୍ୱାଗତ କରିଛନ୍ତି । ଏଥିପାଇଁ ରାଜ୍ୟ ସରକାରଙ୍କ ଜମି ସହିତ ସମସ୍ତ ପ୍ରକାର ସହଯୋଗ କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି । ଏହା ସହିତ ସେ ରାଜ୍ୟ ସରକାରଙ୍କ ‘ବସୁଧା’ ଯୋଜନା କଥା ମଧ୍ୟ ଦୋହରାଇଛନ୍ତି । ବକ୍ସି ଜଗବନ୍ଧୁଙ୍କ ସ୍ମୃତିରେ ଲୋକଙ୍କୁ ବିଶୁଦ୍ଧ ପାନୀୟ ଜଳ ଦେବାକୁ ବସୁଧା ଯୋଜନା କରିଛନ୍ତି ।
ସାରା ଦେଶରେ ପାଇକ ବିଦ୍ରୋହ କେବଳ ଓଡ଼ିଶା ନୁହେଁ ସାରା ଦେଶରେ ଏକ ବଡ଼ ଚ୍ୟାଲେଞ୍ଜ ସୃଷ୍ଟି କରିଥିଲା । ବ୍ରିଟିଶ୍ ଶାସନ ବିରୋଧରେ ବକ୍ସିଙ୍କ ନେତୃତ୍ୱରେ ପାଇକମାନଙ୍କ ଲଢ଼ାଇଥିଲା ଦେଶର ପ୍ରଥମ ବିଦ୍ରୋହ । ତେଣୁ ଏହାକୁ ଦେଶର ପ୍ରଥମ ସ୍ୱାଧୀନତା ସଂଗ୍ରାମର ମାନ୍ୟତା ଦେବାକୁ ସେ ଦାବି କରିଛନ୍ତି । ଏହା ସହିତ ୧୪ ହଜାର ୫୨୩ କୋଟିର ଯେଉଁ ବିକାଶ ମୂଳକ ପ୍ରକଳ୍ପର ଶୁଭାରମ୍ଭ ଓ ଶିଳାନ୍ୟାସ ପାଇଁ କେନ୍ଦ୍ର ସରକାର ଯୋଜନାକୁ ମୁଖ୍ୟମନ୍ତ୍ରୀ ପ୍ରଂଶସା କରିଛନ୍ତି । ପ୍ରକଳ୍ପ କାର୍ଯ୍ୟ ଉଚିତ ସମୟରେ ଶେଷ ହେବା ପାଇଁ ରାଜ୍ୟ ସରକାର ସମସ୍ତ ପ୍ରକାର ସହଯୋଗ କରିବେ ବୋଲି କହିଛନ୍ତି ।
ଆଜିର ଏହି ଉଦଘାଟନ ଉତ୍ସବରେ ମୁଖ୍ୟ ଅତିଥି ପ୍ରଧାନମନ୍ତ୍ରୀଙ୍କ ବ୍ୟତୀତ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଜୁଏଲ ଓରାମ ଓ ସାଂସଦ ପ୍ରସନ୍ନ ପାଟ୍ଟଶାଣୀ ଉପସ୍ଥିତ ଥିଲେ।