ପାଇକ ସ୍ମାରକୀ ପୀଠ ପାଇଁ ରାଜ୍ୟ ସରକାର ଜାଗା ନ ଦେଲେ ପରିସ୍ଥିତି ଭୟାବହ ହେବ: ବିଜେପି

0

ଭୁବନେଶ୍ୱର,୧୦/୧୨: ପାଇକ ସ୍ମାରକୀ ସ୍ତମ୍ଭ ନେଇ ମୁଖ୍ୟମନ୍ତ୍ରୀଙ୍କୁ ପୁଣି ରାଜ୍ୟ ବିଜେପି ଟାର୍ଗେଟ କରିଛି। ଓଡ଼ିଆ ବିରତ୍ୱ ଇତିହାସ ପାଇକ ବିଦ୍ରୋହର ୨୦୦ ବର୍ଷ ପୂର୍ତି ଉପଲକ୍ଷେ କେନ୍ଦ୍ର ସରକାର ମଂଜୁର କରିଥିବା ପାଇକ ସ୍ମୃତି ସ୍ମାରକୀର ନିର୍ମାଣ ପାଇଁ ରାଜ୍ୟ ସରକାର ଜମି ଯୋଗାଇ ନଦେଲେ ପରିସ୍ଥିତି ଭୟାବହ ହେବ ବୋଲି ଚେତାବନୀ ଦେଇଛନ୍ତି ଦଳର ବରିଷ୍ଠ ନେତା ବିଶ୍ୱଭୂଷଣ ହରିଚନ୍ଦନ। ଗତକାଲି ରାଜ୍ୟପାଳଙ୍କୁ ଏହି ପ୍ରସଙ୍ଗରେ ଭେଟି ତାଙ୍କ ହସ୍ତକ୍ଷେପ କରିବା ସହ ସୋମବାର କେନ୍ଦ୍ର ସଂସ୍କୃତି ମନ୍ତ୍ରୀଙ୍କୁ ଭେଟି ଶ୍ରୀ ହରିଚଚନ୍ଦନ ଏହି ଅଭିଯୋଗ କରିଛନ୍ତି।

ଆଜି କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ଓ ପର୍ଯ୍ୟଟନ ମନ୍ତ୍ରୀ ମହେଶ ଶର୍ମାଙ୍କୁ ବିଜେପି ବରିଷ୍ଠ ନେତା ତଥା ଜାତୀୟ ସାମରିକ ପରମ୍ପରା ଓ ସଂସ୍କୃତି ପରିଷଦର ଅଧ୍ୟକ୍ଷ ବିଶ୍ୱଭୂଷଣ ହରିଚନ୍ଦନ ତାଙ୍କୁ ସାକ୍ଷାତ କରିବା ସହ ପାଇକ ସ୍ମାରକୀ ସ୍ତମ୍ଭ ନେଇ ଆଲୋଚନା କରିଥିଲେ। ବିଭିନ୍ନ ସଂଗଠନ ସହ ସାକ୍ଷାତ କରିବା ସମୟରେ ପାଇକ ସ୍ମାରକୀ ନେଇ ରାଜ୍ୟ ସରକାର ଜାଗା ଦେଉ ନ ଥିବା ସେ ଅଭିଯୋଗ ଆଣିଥିଲେ। ଯାହାଫଳରେ କେନ୍ଦ୍ର ସରକାର ମଂଜୁର କରିଥିବା ପ୍ରକଳ୍ପ କାମ ଆଗେଇ ପାରୁନାହିଁ । ତେଣୁ ଏଥିପାଇଁ କୌଣସି ପଦକ୍ଷେପ ନେବାକୁ ଶ୍ରୀ ହରିଚଚନ୍ଦନ କହିଥିଲେ।

Leave A Reply

Your email address will not be published.