ପାକିସ୍ତାନରେ ଟମାଟୋ କିଲୋ ୧୮0 ଟଙ୍କା

0

ନୂଆଦିଲ୍ଲୀ, ୨୦/୨ : ଜାମ୍ମୁ କାଶମୀରର ପୁଲୱାମାରେ ହୋଇଥିବା ଆକ୍ରମଣରେ ସିଆରପିଏଫର ୪୦ ଯବାନ ସହିଦ ହୋଇଛନ୍ତି । ଫଳରେ ଭାରତ ପାକିସ୍ତାନ ଠାରୁ ଏମଏଫଏନ ଦର୍ଜା ଛଡେଇ ନେଇଥିଲା ଏବଂ ରପ୍ତାନୀ କରାଯାଉଥିବା ସାମଗ୍ରୀ ଉପରେ ବେସିକ କଷ୍ଟମ ଡ୍ୟୁଟିକୁ ୨୦୦ ପ୍ରତିଶତ ବଢେଇ ଝଟକା ଦେଇଛି । ଏହି ଆକ୍ସନ ପରେ ପାକିସ୍ତାନକୁ ଭାରତ ତରଫରୁ ରପ୍ତାନୀ କରାଯାଉଥିବା ଉତ୍ପାଦ ଉପରେ ପ୍ରଥମ ଅପେକ୍ଷା ଅଧିକ ଟ୍ୟାକ୍ସ ଦେବାକୁ ପଡିବ । କେବଳ ସେତିକି ନୁହେଁ ଏହି ଆକ୍ରମଣ ପରେ ଭାରତୀୟ କୃଷକ ମଧ୍ୟ ନିଜର ଆକ୍ରୋଶ ଜାତ କରିଛନ୍ତି । ମଧ୍ୟପ୍ରଦେଶର ଝାବୁଆ କୃଷକ ନିଜର ଟମାଟୋକୁ ପାକିସ୍ତାନ ପଠାଇବାକୁ ମନା କରିଛନ୍ତି ।

ତେବେ ଭାରତରେ ଟମାଟୋର ଦାମ୍ ୧୮ଟଙ୍କା ଥିଲା ବେଳେ ପାକିସ୍ତାନରେ ଏହାର ଦାମ୍ ୧୮୦ ଟଙ୍କା । ଏହି ଆକ୍ରମଣ ପରେ ଭାରତର ବହୁ କୃଷକ ସେଠାକୁ ଟମାଟୋ ରପ୍ତାନୀ କରିବାକୁ ମନା କରି ଦେଇଛନ୍ତି । ଭାରତ ରପ୍ତାନୀ କରାଯାଉଥିବା ସାମଗ୍ରୀ ଉପରେ ବେସିକ କଷ୍ଟମ ଡ୍ୟୁଟିକୁ ୨୦୦ ପ୍ରତିଶତ ବଢେଇ ଦେଇଛି । ଏହା କାରଣରୁ ଏବେ ସେଠାରେ ଟମାଟୋର ଅଭାବ ସୃଷ୍ଟି ହୋଇଛି । ଫଳରେ ପାକିସ୍ତାନର ଲାହୌରରେ ଟମାଟୋ କିଲୋପ୍ରତି ୧୮୦ ଟଙ୍କା ବିକ୍ରି କରାଯାଇଛି । ଏବେ ସେଠାରେ ଟମାଟୋ ଦର ଆକାଶ ଛୁଆଁ ରହିଛି ।

Leave A Reply

Your email address will not be published.