ପାକିସ୍ତାନ ଉପରେ ଭାରତ ଆକ୍ରମଣ କଲେ ମୋଦିଙ୍କ ଜୀବନର ସବୁଠୁ ବଡ ଭୁଲ୍‌ ହେବ : ପରଭେଜ୍‌ ମୁଶାରଫ

0

ନୂଆଦିଲ୍ଲୀ, ୨୦/୨: ପୁଲଓ୍ବାମା ଆତଙ୍କବାଦୀ ଆକ୍ରମଣକୁ କଡା ନିନ୍ଦା କରିଛନ୍ତି ପାକିସ୍ତାନର ପୂର୍ବତନ ରାଷ୍ଟ୍ରପତି ପରଭେଜ୍‌ ମୁଶାରଫ। ଏହି ଆକ୍ରମଣ ଅତ୍ୟନ୍ତ ଅଭାବନୀୟ ଥିଲା ବୋଲି ସେ କହିଛନ୍ତି। କିନ୍ତୁ ଏଥିରେ ପାକିସ୍ତାନ ସରକାରଙ୍କ କୌଣସି ଭୂମିକା ନାହିଁ। ଏହି ଘଟଣାରେ ଯଦି ଭାରତ ପାକିସ୍ତାନ ଉପରେ ଆକ୍ରମଣ କରିବାର ନିଷ୍ପତ୍ତି ନିଏ ତେବେ ଏହା ନରେନ୍ଦ୍ର ମୋଦିଙ୍କ ଜୀବନର ସବୁଠୁ ବଡ ଭୁଲ୍‌ ନିଷ୍ପତ୍ତି ହେବ ବୋଲି ମୁଶାରଫ କହିଛନ୍ତି। ପୁଲଓ୍ବାମା ଆକ୍ରମଣରେ ଜୈଶ-ଇ-ଅହମ୍ମଦର ହାତ ରହିଛି। ଏଥିରେ ଇମ୍ରାନଙ୍କୁ କାହଁକି ଦାୟୀ କରାଯାଉଛି ବୋଲି ସେ ପ୍ରଶ୍ନ କରିଛନ୍ତି। ଜୈଶ ସଂଗଠନ ଉପରେ ପ୍ରତିବନ୍ଧକ ଲଗାଯିବା ଉଚିତ୍‌ ବୋଲି ସେ କହିଛନ୍ତି।

Leave A Reply

Your email address will not be published.