ବେଜିଙ୍ଗ୍, ୨/୧: ଭାରତ ସହିତ ମୁହାମୁହି ହେବା ଯୋଜନାରେ ଚୀନ୍ ପାକିସ୍ତାନ ପାଇଁ ଏକ ଅତ୍ୟାଧୁନିକ ଯୁଦ୍ଧପୋତ ନିର୍ମାଣ କରୁଥିବା ସୂଚନା ମିଳିଛି । ଭାରତ ମହାସାଗରରେ ‘ରଣନୀତି କ୍ଷମତା’ର ସ;ୁଳନ ରକ୍ଷା ପାଇଁ ଏହା ଆବଶ୍ୟକ ବୋଲି ଚୀନ୍ର ରାଷ୍ଟ୍ରାୟତ ଗଣମାଧ୍ୟମ କହିଛି । ମଡର୍ଣ୍ଣ ଡିଟେକ୍ସନ୍ ଆଣ୍ଡ୍ ଉଇପନ୍ ସିଷ୍ଟମ୍ର ବ୍ୟବସ୍ଥା ଥିବା ଏହି ଯୁଦ୍ଧପୋତ ଜାହାଜ, ବୁଡ଼ାଜାହାଜ ଏବଂ ନୌବାହିନୀ ଆକ୍ରମଣକୁ ପ୍ରତିହତ କରି ପାରିବ ବୋଲି କୁହାଯାଉଛି । ଜାହାଜର ପ୍ରକାର କଥା ‘ସିଏସ୍ଏମ୍ସି’ ନିର୍ଦ୍ଦିଷ୍ଟ କରି କହି ନ ଥିଲେ ବି ସଙ୍ଘାଇସ୍ଥିତ ହୁଡୋଙ୍ଗ୍-ଝୋଙ୍ଘୁଆ ସିପ୍ୟାର୍ଡରେ ତାହା ନିର୍ମାଣ ହେଉଛି ।
ଚୀନ୍ ରପ୍ତାନି କରିଥିବା ଯୁଦ୍ଧପୋତ ମଧ୍ୟରୁ ଟାଇପ୍ ୦୫୪ଏପି ସବୁଠୁ ବଡ଼ ଏବଂ ଶକ୍ତିଶାଳୀ ବୋଲି ଏ ସଂକ୍ରାନ୍ତରେ ଅଭିଜ୍ଞତା ଥିବା ଜାହାଜ ନିର୍ମାଣ ସେକଫରର ଜଣେ ବ୍ୟକ୍ତି କହିଛନ୍ତି ।
Prev Post
Next Post