ପ୍ରସ୍ତୁତି ସାମଗ୍ରୀ- ୪ଟି ପାମ୍ପ୍ଲେଟ୍ ମାଛ, ୫ଟି କଞ୍ଚାଲଙ୍କା, ଅଧାକପ୍ ସୋରିଷ ତେଲ, ୧ ଚାମଚ ଫୁଟଣ, ୧ଟି ରସୁଣ, ୨ଟି ଟମାଟୋ, ୧ ଚାମଚ ସୋରିଷ, ୧ ଚାମଚ ପୋସ୍ତ, ୧ ଚାମଚ ଫୁଟଣ, ଦରକାର ଅନୁଯାୟୀ ଲୁଣ, ହଳଦୀ ।
ପ୍ରଣାଳୀ- ସୋରିଷ, କଞ୍ଚାଲଙ୍କାକୁ ଚିMଣକରି ବାଟିଦେବ । ମାଛଗୁଡ଼ିକ ଖଣ୍ଡ ଖଣ୍ଡ କରି କାଟିଦେବ । କରେଇରେ ତେଲ ଗରମ କରି ମାଛ ଖଣ୍ଡଗୁଡ଼ିକୁ ଭାଜିଦେବ । ଭଜାଗୁଡ଼ିକ ଲାଲ୍ ଲାଲ୍ ହେବା ଦରକାର । ତା’ପରେ ବଳକା ତେଲରେ ଫୁଟଣ ଫୁଟାଇ ଟମାଟୋ କଟାକୁ ଭାଜିଦେବ । ତା’ପରେ ଭଜା ମାଛ, ମସଲା ବଟା କଞ୍ଚା ତେଲ, ଲୁଣ ଓ ହଳଦୀରେ ଏକକପ୍ ପାଣି ଦେଇ ଢ଼ାଙ୍କୁଣି ଘୋଡ଼ାଇ ଦେବ । ଝୋଳ ଅଳ୍ପ ଏଥିରେ ରହିବ । ପ୍ରସ୍ତୁତ ହୋଇଗଲା ପାମ୍ପ୍ଲେଟ୍ ମାଛର ଝାଲ୍ ।