ପାରାଦୀପକୁ ୧୦ ବର୍ଷ ପରେ ଆସିଲା ଯାତ୍ରୀବାହୀ ଜାହାଜ

0

ପାରାଦୀପ,୨୭/୧: ଓଡ଼ିଶାର ବନ୍ଦର ନଗରୀ ‘ପାରାଦୀପ’କୁ ଶନିବାର ଏକ ଯାତ୍ରୀବାହୀ ଜାହାଜ ଆସିଛି, ଯେଉଁଥିରେ ବିଦେଶରୁ ୬୨ ଜଣ ପର୍ଯ୍ୟଟକ ଆସିଛନ୍ତି। ପ୍ରାୟ ୧୦ ବର୍ଷ ପରେ ଆସିଥବା ପର୍ଯ୍ୟଟକମାନେ ଓଡ଼ିଶାର ବିଭିନ୍ନ ପର୍ଯ୍ୟଟନସ୍ଥଳୀ ବୁଲିବେ।

ପ୍ରବଳ କୁହୁଡ଼ି ଭିତରେ ଯାତ୍ରୀବାହୀ ଜାହାଜ ‘ସିଲ୍‌ଭର ଡିସ୍‌କଭର୍‌’ ପାରାଦୀପରେ ପହଂଚିବା ପରେ ବନ୍ଦର କର୍ତ୍ତୃପକ୍ଷ ତରଫରୁ ଭବ୍ୟ ସ୍ୱାଗତ ଦିଆଯାଇଥିଲା। ଦକ୍ଷିଣ ଆଫ୍ରିକା, ଆମେରିକା, ନ୍ୟୁଜିଲାଣ୍ଡ ଆଦି ଦେଶରୁ ଜାହାଜରେ ପର୍ଯ୍ୟଟକମାନେ ଓଡ଼ିଶା ଆସିଛନ୍ତି। ବିଦେଶୀ ପର୍ଯ୍ୟଟକମାନେ ବୌଦ୍ଧ କୀର୍ତ୍ତିସ୍ଥଳ ରତ୍ନଗିରି ଓ ଲଳିତଗିରି ସମେତ ଅନ୍ୟ ସ୍ଥାନ ଗୁଡ଼ିକ ମଧ୍ୟ ବୁଲିବେ। ବିଦେଶୀ ପର୍ଯ୍ୟଟକମାନେ ପର୍ଯ୍ୟଟନସ୍ଥଳରେ ଓଡ଼ିଶାର ପାରଂପରିକ ଖାଦ୍ୟ ଖାଇବେ।

ଓଡ଼ିଆ ଶୈଳୀରେ ସ୍ୱାଗତ ପାଇବା ପରେ ବିଦେଶୀ ପର୍ଯ୍ୟଟକମାନେ ବହୁତ ଖୁସି ଅନୁଭବ କରିଛନ୍ତି। ବିଦେଶୀ ପର୍ଯ୍ୟଟକମାନେ ଓଡ଼ିଶାର ସଂସ୍କୃତି ଓ ପରଂପରାକୁ ପ୍ରଶଂସା କରିଛନ୍ତି। ବନ୍ଦର ମାଧ୍ୟମରେ ବିଦେଶୀ ପର୍ଯ୍ୟଟକଙ୍କ ସଂଖ୍ୟା ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି।

Leave A Reply

Your email address will not be published.