ପାରାଦ୍ୱୀପ, ୬/୨: ଓଡ଼ିଶାରେ ବିଭିନ୍ନ ପ୍ରକଳ୍ପରେ ସଡ଼କ ପରିବହନ ମନ୍ତ୍ରଣାଳୟ ପକ୍ଷରୁ ୨.୫୦ ଲକ୍ଷ କୋଟି ଟଙ୍କାର ଯୋଜନା ରହିଛି । ଯଦି ରାଜ୍ୟ ସରକାର ସହଯୋଗ କରିବ ତେବେ ଏହା ଖୁବଶୀଘ୍ର ଆରମ୍ଭ ହେବ । ଆଗାମୀ ଭବିଷ୍ୟତରେ ପାରାଦ୍ୱୀପ ପୋର୍ଟରେ ୧ ଲକ୍ଷ କୋଟି ଟଙ୍କା ନିବେଶ ପାଇଁ ଯୋଜନା ରହିଛି ଯେଉଁଥିରେ ୫୦ ହଜାର ଯୁବକଙ୍କକୁ ନିଯୁକ୍ତି ମିଳିବ । ଯେଉଁଥିପାଇଁ ଆଗାମୀ ଦିନରେ ପାରାଦ୍ୱୀପ ପୋର୍ଟ ଦେଶର ଏକ ନମ୍ବର ମାନ୍ୟତା ପାଇବ ତାହା ଆମର ପ୍ରୟାସ ଜାରି ରହିଛି । ଆଜି ପରାଦ୍ୱୀପରେ ବିଭିନ୍ନ ପ୍ରକଳ୍ପ ଉଦଘାଟନ ଅବସରରେ କହିଛନ୍ତି କେନ୍ଦ୍ର ସଡ଼କ ପରିବହନ ଓ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ନୀତିନ ଗଡ଼କରୀ କହିଛନ୍ତି ।
ରାଜ୍ୟ ବାହାର ଓ ଦେଶ ବାହାରକୁ କୋଇଲା ଓ ସାମୁଦ୍ରିକ ମାଛ ରତ୍ପାନୀ କରୁଛି ପାରାଦ୍ୱୀପ । ଯେତେ କେନ୍ଦ୍ରରେ ବିଜେପି ସରକାର ଆସିଲା ସେତେବେଳେ ପୋର୍ଟର ୩୪୦ କୋଟି ଟଙ୍କା ଲାଭ ଓ ୬୮୦ ଲକ୍ଷ ଟନ୍ ବ୍ୟବସାୟ ହେଉଥିଲା । ୨୦୧୮-୧୯ରେ ୧୧ ଶହ ଟନ୍ର ଦ୍ୱିଗୁଣ ବ୍ୟବସାୟ କରିବ ଏବଂ ୧୭ ଶହ କୋଟି ଟଙ୍କାର ରାଜସ୍ୱ ମିଳିବ ଓ ୭୫୦ କୋଟି ଟଙ୍କାର ଲାଭ ମିଳିବ ହେବ ବୋଲି ନୀତିନ କହିଛନ୍ତି । ପ୍ରଥମ ଥର ପାଇଁ ବିନା ଆଧୁନିକ ଜ୍ଞାନ କୌଶଳର ଉପଯୋଗରେ ସମୁଦ୍ରରୁ ତୈଳ ଅଣାଯାଇଛି । ଯାହାକି ଅତ୍ୟନ୍ତ ସ୍ୱାଗତ ଯୋଗ୍ୟ । ଓଡ଼ିଶାରେ ବିଭିନ୍ନ ପ୍ରକଳ୍ପରେ ସଡ଼କ ପରିବହନ ମନ୍ତ୍ରଣାଳୟ ପକ୍ଷରୁ ୨.୫୦ ଲକ୍ଷ କୋଟି ଟଙ୍କାର ଯୋଜନା ରହିଛି । ଯଦି ରାଜ୍ୟ ସରକାର ସହଯୋଗ କରିବେ ତେବେ ଏହା ଖୁବଶୀଘ୍ର ଆରମ୍ଭ ହେବ । ଆଗାମୀ ଭବିଷ୍ୟତରେ ଏହି ପୋର୍ଟରେ ୧ ଲକ୍ଷ କୋଟି ଟଙ୍କା ନିବେଶ ପାଇଁ ଯୋଜନା ରହିଛି ଯେଉଁଥିରେ ୫୦ ହଜାର ଯୁବକଙ୍କକୁ ନିଯୁକ୍ତି ମିଳିବ । ଯେଉଁଥିପାଇଁ ଆଗାମୀ ଦିନରେ ପାରାଦ୍ୱୀପ ପୋର୍ଟ ଦେଶର ଏକ ନମ୍ବର ମାନ୍ୟତା ପାଇବ ତାହା ଆମର ପ୍ରୟାସ ଜାରି ରହିଛି । ଓଡ଼ିଶାରେ ସାଗରମାଳା ଯୋଜନାରେ ୨୦ ହଜାର କୋଟି ଟଙ୍କା ବିନିମୟରେ ୩୪ ପ୍ରକଳ୍ପ ଚୟନ ହୋଇଥିଲା । ସେଥିରୁ ୧୦ କୋଟି ଟଙ୍କା ପ୍ରକଳ୍ପର କାର୍ଯ୍ୟ ଆରମ୍ଭ ହୋଇଯାଇଛି ।