ପ୍ରସ୍ତୁତି ସାମଗ୍ରୀ-୫କପ୍ କଟା ପାଳଙ୍ଗ, ୧୦୦ଗ୍ରାମ୍. ସିଝା ବଟମ୍ ଛତୁ, ୧୫ଟି କଞ୍ଚାଲଙ୍କା, ୧କପ୍ କଟା ଧନିଆପତ୍ର, ୧ ଚାମଚ ଅଦା-ରସୁଣ ବଟା, ୧କପ୍ କଟା ପିଆଜ, ୧ଚାମଚ ଗୁଣ୍ଡ ଧନିଆ, ୧ ଚାମଚ ଚିନି, ୧/୪ଚାମଚ ଆଜିନାମଟୋ, ୧ ଚାମଚ କ୍ରିମ୍, ୧ ଚାମଚ ବଟର, ୨ ଚାମଚ ସିଝା ଗ୍ରୀନ୍ ମିଟର, ସ୍ୱାଦ ଅନୁଯାୟୀ ଲୁଣ ଓ ଆବଶ୍ୟକ ଅନୁଯାୟୀ ତେଲ ।
ପ୍ରସ୍ତତ ପ୍ରଣାଳୀ- ପ୍ରଥମେ ପାଳଙ୍ଗକୁ ସିଝାଇ ଥଣ୍ଡାକରି ପେଷ୍ଟ ବନାନ୍ତୁ । ଗୋଟିଏ ପ୍ୟାନ୍ରେ ତେଲ ଗରମ କରି ସେଥିରେ ପ୍ରସ୍ତୁତ ପିଆଜ ଓ ଲଙ୍କାର ପେଷ୍ଟକୁ ବାଦାମୀ ରଙ୍ଗ ହେବା ପର୍ଯ୍ୟନ୍ତ କଷ;ୁ । ସେଥିରେ ଅଦା-ରସୁଣ ପେଷ୍ଟ ଦେଇ କଷିବା ପରେ ପାଳଙ୍ଗ ପେଷ୍ଟ ଦେଇ ୩ମିନିଟ୍ ପର୍ଯ୍ୟନ୍ତ ରାନ୍ଧିବେ । ତା’ପରେ ସେଥିରେ ସିଝା ଛତୁ ପକାଇ ୨ମିନିଟ୍ ପର୍ଯ୍ୟନ୍ତ ରାନ୍ଧିବେ । ଶେଷରେ ବାଉଲ୍କୁ କାଢି କ୍ରିମ୍ ଓ ବଟର ଦେଇ ଉପରେ କଟା ଧନିଆପତ୍ର ଦେଇ ଗରମ ଗରମ ପରିବେଷଣ କରନ୍ତୁ ।
Prev Post
Next Post