ପିଆଜର ଉପକାରିତା ସମସ୍ତେ ଜାଣନ୍ତି, ପିଆଜ ଖାଇବା ଦ୍ୱାରା ଶରୀରରେ ରକ୍ତ ବୃଦ୍ଧି ପାଇଥାଏ । ତେଣୁ ପିଆଜ ବ୍ୟବହାର କରି ଚୋପା ଫୋପାଡି ଦିଅ;ୁ ନାହିଁ । ଚୋପା ମଧ୍ୟ ସ୍ୱାସ୍ଥ୍ୟ ପକ୍ଷେ ବହୁ ହିତକାରୀ । ଆସନ୍ତୁ ଜାଣିବା ପିଆଜ ଚୋପାର ଉପକାରିତା ସମ୍ପର୍କରେ-
କୋଲେଷ୍ଟ୍ରଲ୍ ହ ୍ରାସ କରେ- ପିଆଜ ଚୋପାକୁ ରାତିରେ ପାଣି ଭିଜାଇ ରଖି ସକାଳେ ଏହାକୁ ପିଇବା ଦ୍ୱାରା ରକ୍ତରେ ମେଦ କମିଯାଇଥାଏ । ପାଣିଟି ଦୁର୍ଗନ୍ଧ ଓ ଅରୁଚିକର ହୋଇଥିଲେ ବି ଏଥିରେ ସାମାନ୍ୟ ମହୁ ପକାଇ ପିଇଲେ ଏହା ସ୍ୱାସ୍ଥ୍ୟ ପାଇଁ ଗୁଣକାରୀ ହୋଇଥାଏ ।
ଆଲର୍ଜିରୁ ରକ୍ଷା- ଦେହରେ ଆଲର୍ଜି ହେଉଥିଲେ ପିଆଜ ଚୋପାକୁ ରାତିସାରା ପାଣିରେ ଭିଜାଇ ରଖି ଏହି ପାଣିକୁ ସକାଳେ ଆଲର୍ଜି ହେଉଥିବା ସ୍ଥାନରେ ଲଗାଇଲେ ଆରାମ ମିଳିଥାଏ ।
ସୁନ୍ଦର କେଶ- ସାଧାରଣତଃ ଯୁବତୀମାନେ ସୁନ୍ଦର କେଶ ପାଇଁ ବିଭିନ୍ନ ପ୍ରକାର କଣ୍ଡିସନର୍ର ବ୍ୟବହାର କରିଥାଆନ୍ତି । କି;ୁ କେଶରେ ପିଆଜ ଚୋପାର ପାଣିରେ ସଫା କରିବା ଦ୍ୱାରା କେଶ ମଜବୁତ ଓ ସୁନ୍ଦର ହୋଇଯାଏ ।
ମୁହଁରୁ ଦାଗ- ମୁହଁରେ ବାରମ୍ବାର ଦାଗ ଓ ବ୍ରଣ ହେଉଥିଲେ ଛ ପିଆଜ ଚୋପା ଔଷଧ ରୂପେ କାର୍ଯ୍ୟ କରିଥାଏ । ମୁହଁର ଦାଗରେ ପିଆଜରସ ସହ ଚୋପାରେ ସାମାନ୍ୟ ହଳଦୀ ପକାଇ ଲଗାଇବା ଦ୍ୱାରା ଏହି ସମସ୍ୟା ଦୂର ହୋଇଯାଏ ।
Prev Post
Next Post