କଟକ, ୨୮/୧୨ : ପାରାଦୀପର କମରପଦାଠାରେ ଏକ ପିକନିକ ବସ୍ ଓଲଟି ୨ ଜଣ ପ୍ରାଣ ହରାଇଥିବା ବେଳେ ୨୦ ଜଣ ଗୁରୁତର ଆହାତ ହୋଇଛନ୍ତି । ଆହାତଙ୍କୁ କଟକ ବଡ ମେଡିକାଲରେ ଭର୍ତ୍ତି କରାଯାଇଥିବା ସୂଚନା ମିଳିଛି । ଓଁ ଶାନ୍ତି ନାମକ ଏକ ଘରୋଇ ବସ୍ ଆଜି ସକାଳୁ ଭୁବନେଶ୍ୱର ନିଳାଦ୍ରୀ ବିହାରରୁ ବାହାରି ଜଗତସିଂହପୁରର ଗୋରେଖନାଥ ବାବାଙ୍କ ଦର୍ଶନ ପାଇଁ ଯାଉଥିଲେ । ବସରେ ୪୦ରୁ ଅଧିକ ଲୋକ ଥିବା ସୁଚନା ମିଳିଛି । ତେବେ କଟକ- ପାରାଦୀପ ରାସ୍ତା କମରପଦାଠାରେ ବିପରୀତ ଦିଗରୁ ଆସୁଥିବା ଏକ ହାଇୱା ବସଟିକୁ ଧMା ଦେଇଥିଲା । ଫଳରେ ବସଟି ରାସ୍ତା କଡରେ ଓଲଟି ପଡିଥିବା ବେଳେ ହାଇୱାଟି ରାସ୍ତା ଉପରେ ଓଲଟି ପଡିଥିଲା । ଏଥିରେ ହାଇୱା ଡ୍ରାଇଭର ଓ ବସ ହେଲପରଙ୍କ ମୃତ୍ୟୁ ଘଟିଛି । କନ୍ଦରପୁର ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ କରିଥିଲେ ।