ପିକ୍‌ଅପ୍ ଭ୍ୟାନ୍ ଓଲଟି ୪ ମୃତ, ୧୧ ଗୁରୁତର

0

ମାଲକାନଗିରି,୧୧/୨ : ଦୁର୍ଘଟଣାଟି ଘଟିଛି ମାଲକାନଗିରି ଜିଲ୍ଲାରେ। ମାଲକାନଗିରି-ଗୋବିନ୍ଦପାଲ୍ଲୀ ରାସ୍ତାର ପାଙ୍ଗାମ ନିକଟରେ ଆଜି ଦିନ ପ୍ରାୟ ସାଢ଼େ ୧୨ଟା ବେଳେ ଏହି ଦୁର୍ଘଟଣା ଘଟିଛି। ଗୁରୁତରମାନଙ୍କୁ ମାଥିଲି ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। କେଉଁ କାରଣରୁ ଏ ଦୁର୍ଘଟଣା ଘଟିଲା, ତାହା ଜଣାପଡ଼ି ନାହିଁ। ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି। ଡ୍ରାଇଭରଙ୍କ ତ୍ରୁଟି ଯୋଗୁ ଏ ଦୁର୍ଘଟଣା ଘଟିଲା ନା ଆଉ କିଛି କାରଣ ରହିଛି, ତାହା ତଦନ୍ତ ପରେ ଜଣାପଡ଼ିବ। ମିଳିଥିବା ସୂଚନା ଅନୁଯାୟୀ, ମୃତାହତମାନେ ପାଙ୍ଗାମ ଅଞ୍ଚଳର। ସେମାନେ ଉଜ୍ଜ୍ୱଳା କାର୍ଯ୍ୟକ୍ରମରେ ଯୋଗ ଦେବାକୁ ମାଥିଲି ଯାଉଥିଲେ। ମୃତକମାନଙ୍କ ପରିଚୟ ମିଳି ନାହିଁ।

Leave A Reply

Your email address will not be published.